ବାତ୍ୟା ‘ଫନି’ ପରେ ୫ ଜିଲ୍ଲାର ସଫାଇ କାମରେ ଲାଗିଛନ୍ତି ୫୪୪ ଟିମ୍‌, ଭୁବନେଶ୍ୱରରେ ୨୩୭

Advertisment
ବାତ୍ୟା ‘ଫନି’ ପରେ ୫ ଜିଲ୍ଲାର ସଫାଇ କାମରେ ଲାଗିଛନ୍ତି ୫୪୪ ଟିମ୍‌, ଭୁବନେଶ୍ୱରରେ ୨୩୭

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବକୁ ୧୦ ଦିନ ପୂରିଛି। ଏହାରି ମଧ୍ୟରେ ଭୁବନେଶ୍ୱରର ଅଧିକାଂଶସ୍ଥାନକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରିଥିବା ରାସ୍ତାଘାଟରେ ବିଦ୍ୟୁତ୍‌ ଖୁଣ୍ଟ ଏବଂ ଗଛ ପଡ଼ିଥିବାରୁ ଆହୁରି ଅନେକ ଗୁଡ଼ିଏ ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଏଥି ପାଇଁ ସଫାଇ କାମରେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଦମକଳ ଏବଂ ଓଡ଼ିଶା ବନ ବିଭାଗର ୫୪୪ଟି ଟିମ୍‌ ୫ଟି ଜିଲ୍ଲାରେ କାମ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ମୋଟ୍‌ ୨୩୭ଟି ଟିମ୍‌ ସଫାଇ କାମରେ ଲାଗିଛନ୍ତି।

ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ଓଡ୍ରାଫ୍‌ର ୭ ୟୁନିଟ, ଏନଡିଆରଏଫ୍‌ର ୨୦ ଟିମ୍‌, ଦମକଳ ବାହିନୀର ୯୦ ଟିମ୍‌ ଓ ବନ ବିଭାଗର ୧୨୦ଟି ସଫାଇ କାମରେ ଲାଗିଛନ୍ତି। ଖୋର୍ଦ୍ଧାରେ ଗୋଟିଏ ୟୁନିଟ ଓଡ୍ରାଫ୍‌ ଟିମ୍‌, ୩ ୟୁନିଟ୍‌ ଏନ୍‌ଡିଆରଫ ଟିମ୍‌, ୩୨ ଦମକଳ ବାହିନୀ ଟିମ୍‌ ସଫାଇ କାମ କରୁଛନ୍ତି।

ପୁରୀରେ ମୋଟ୍‌ ୧୭୭, ଜଗତସିଂହପୁରରେ ୭, କଟକରେ ୩ ଏବଂ ବାଲେଶ୍ୱରରେ ୩ଟି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଦମକଳ ଏବଂ ଓଡ଼ିଶା ବନ ବିଭାଗର ଟିମ୍‌ ସଫାଇ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe