ଓଇଆର୍‌ସି ସଦସ୍ୟଙ୍କ ଶପଥ ଗ୍ରହଣ

Advertisment
ଓଇଆର୍‌ସି ସଦସ୍ୟଙ୍କ ଶପଥ ଗ୍ରହଣ

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ର ସଦସ୍ୟ ଭାବେ ସୁଶାନ୍ତ କୁମାର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି। ଓଇଆର୍‌ସି ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ବୁଧବାର ଦିନ ଓଇଆର୍‌ସି କାର୍ଯ୍ୟାଳୟ ପରିସରରେ ଶ୍ରୀ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି। ଏଥିରେ ଶକ୍ତି ବିଭାଗର ଭାରପ୍ରାପ୍ତ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଶ୍ରୀ ମହାପାତ୍ରଙ୍କ ନିଯୁକ୍ତି ସମ୍ପର୍କିତ ପତ୍ର ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଇଆର୍‌ସି ସଦସ୍ୟ ଗଜେନ୍ଦ୍ର ମହାପାତ୍ର, ସଚିବ ପ୍ରିୟବ୍ରତ ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe