ଆଗାମୀ ୪୮ଘଣ୍ଟା ମଧ୍ୟରେ ପହଞ୍ଚିବ ମୌସୁମୀ ବାୟୁ ! ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ବର୍ଷା

Advertisment
ଆଗାମୀ ୪୮ଘଣ୍ଟା ମଧ୍ୟରେ ପହଞ୍ଚିବ ମୌସୁମୀ ବାୟୁ ! ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗାର ସୃଷ୍ଟି ହୋଇଥିବା ଘୂର୍ଣ୍ଣବିଳୟ ଏବେ ଲଘୁଚାପର ରୁପ ନେଇଛି। ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଜୁନ୍‌ ୯ରୁ ୧୧ ମଧ୍ୟରେ ଓଡ଼ିଶା ଛୁଇଁବ। ଏହା ଫଳରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଯାହାର ପ୍ରଭାବ ଆଗାମୀ ୪୮ଘଣ୍ଟା ମଧ୍ୟରେ ଲଘୁଚାପ ବର୍ଷା ହେବ ବୋଲି ଆକଳନ କରାଯାଇଛି।

publive-image

ସେହିପରି ରାଜ୍ୟର ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୭ଟି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା। ତେଣୁ ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏହି ଜିଲ୍ଲାମାନଙ୍କୁ ଛାଡ଼ି ଦେଲେ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ବର୍ଷା ହେବ ବୋଲି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe