ବିଧାନସଭା ସଚିବ ପଦବି ପାଇଁ ଅଫିସର ଖୋଜା

Advertisment

ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ପଦବି ପାଇଁ ଅଡୁଆ ବଢ଼ିଲା

ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ପଦବି ପାଇଁ ଅଡୁଆ ବଢ଼ିଲା

ସମାନୁପାତିକ ଅନୁଦାନ ଘୋଷଣା, ଉପକୃତ ହେବେ ୮୩୪୪ କର୍ମଚାରୀ

ଭୁବନେଶ୍ୱର: ଶେଷରେ ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀଙ୍କୁ ପରିବର୍ତନ ପାଇଁ ସରକାର ମନ ବଳାଇଛନ୍ତି। ଏହି ପଦ ପାଇଁ ଉପଯୁକ୍ତ ଅଧିକାରୀ ଖୋଜା ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ଷଡଙ୍ଗୀ ଅବସର ନେବା ପରେ ବି ସରକାର ତାଙ୍କ କାର୍ଯ୍ୟ ଅବିଧିକୁ ବଢାଇ ଚାଲିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଅଡୁଆ ବଢିଛି। ଗତକାଲି ଭାରତର ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ହରି ବଲ୍ଲଭ ମିଶ୍ରଙ୍କ ନାମ ଉପରେ ଚୂଡାନ୍ତ ମୋହର ଦେଇଥିଲେ। ମାତ୍ର ନିଜର ଝିଅ ବାହାଘର ସେହି ସମୟରେ ଥିବା ଦର୍ଶାଇ ଶ୍ରୀ ମିଶ୍ର ନିଜର ଅନିଚ୍ଛା ପ୍ରକାଶ କରିଛନ୍ତି। ଝିଅର ବାହାଘର ନିମନ୍ତ୍ରଣ କାର୍ଡ ସହିତ ଏକ ଦରଖାସ୍ତ ଲେଖି ନିଷ୍ପତ୍ତି ପୁନର୍ବିଚାର ପାଇଁ ଶ୍ରୀ ମିଶ୍ର ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି। ହେଲେ ଏହା ଉପରେ ଆୟୋଗ କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୩ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ପାଇଁ ରାଜ୍ୟ ସରକାର ଆଇଏଏସ୍‌ ଅଫିସର ହରିବଲ୍ଲଭ ମିଶ୍ର, ନିର୍ମଳ କୁମାର ମିଶ୍ର ଓ ପ୍ରଭାକର ପାଟିଲ୍‌ଙ୍କ ନାମ ନିର୍ବାଚନ ଆୟୋଗଙ୍କୁ ସୁପାରିସ କରିଥିଲେ। ଆୟୋଗଙ୍କ ନିର୍ଦେଶ ଆଧାରରେ ଏହି ସୁପାରିସ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe