ବବି ଦାସଙ୍କ ସରକାରୀ କ୍ୱାର୍ଟର ଭଙ୍ଗାଯିବା ଘଟଣା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ବବି ଦାସଙ୍କ ସରକାରୀ କ୍ୱାର୍ଟର ଭଙ୍ଗାଯିବା ଘଟଣା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସାଂଗଠନିକ ସଂପାଦକ ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ  ସାଧାରଣ ପ୍ରଶାସନ ବିଭାଗର ୩ ଜଣ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଅଧିକାରୀମାନେ ଆଜି ଅପରାହ୍‌ଣରେ ସରକାରୀ କ୍ବାର୍ଟରରେ ପହଂଚି ବାସଭବନ ଭିତରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ବାସଭବନ ବୁଲି ଦେଖିବା ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।

ସେପଟେ ଆବଂଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଂଗା ଘଟଣାରେ ମୁହଁ ପ୍ରଣବ ପ୍ରକାଶ ଦାସ ଖୋଲିଛନ୍ତି। ସେ କହିଛନ୍ତି, ୧୫ ତାରିଖ ଯାଏ ଏହି ବାସଭବନ ତାଙ୍କ ପାଖରେ ରହିଛି। ସେ ଯେପରି କ୍ୱାର୍ଟର ପାଇଥିଲେ ସେହିପରି ଫେରାଇବେ। ଏହା ତାଙ୍କର ଦାୟିତ୍ୱ । ତେଣୁ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଅଣାଯିବ ପାଇଁ ଭଂଗା ହେଉଛି ବୋଲି ଜଣାପଡିଛି। ଦଳୀୟ କାମ ପାଇଁ ଅନେକ ଲୋକ ସରକାରୀ କ୍ୱାର୍ଟରକୁ ଆସୁଥିଲେ। ତେଣୁ ଆବଶ୍ୟକ ଅନୁମତି ଅନୁଯାୟୀ କ୍ୱାର୍ଟର ଭିତରେ ଘର ବଢାଇଥିଲେ। ଏବେ ପ୍ରଣବଙ୍କ କ୍ୱାର୍ଟର ଗେଟରେ ତାଲା ପଡ଼ିଛି। ଭିତରେ କିଛି ଶ୍ରମିକ ଘର ଭାଂଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe