ଅଧିକାରୀଙ୍କ ମାଫିଆ ପ୍ରୀତି ସରକାରଙ୍କୁ ଘାଟା

Advertisment
ଲଘୁଖଣିଜ ପରିଚାଳନାରେ ଅନିୟମିତତା: କାଠଗଡ଼ାରେ ୨୨ ତହସିଲଦାର

The Hans India

ବାରିପଦା/ବେତନଟୀ/ବଡ଼ସାହି: ବଡ଼ସାହି ବ୍ଲକ୍‌ର ଡିଙ୍ଗିରା ଓ ଆରପଟା ବାଲିଘାଟ ଦୁର୍ନୀତି ଏବେ ସରକାର ଓ ସାଧରଣ ଜନତା ସମସ୍ତଙ୍କ ଉପରେ ଭାରି ପଡ଼ିଛି। ଏନ୍‌ଜିଟି ଛାଟ ପରେ ହୋଇଥିବା ତନାଘନାରେ ଗୋଟିଏ ପରେ ‌ଗୋଟିଏ ଦୁର୍ନୀତି ପଦାକୁ ଆସୁଛି। ବାଲି ମାଫିଆଙ୍କ ପ୍ରତି ସ୍ଥାନୀୟ ତହସିଲଦାର ମମତାଜ ମହାରଣାଙ୍କ ଅହେତୁକ ଅନୁକମ୍ପା ପାଇଁ ସେ ଏବେ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀ ଜେଲ୍‌ରେ ଅଛନ୍ତି। ତେବେ ଏହି ମାମଲାର ଅଧିକ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ‌ରହିଛି। ଦୁଇଟି ଘାଟରୁ ୧୭ କୋଟିର ରାଜସ୍ବ କ୍ଷତି ହୋଇଥିବାରୁ ପ୍ରଶାସନ ଏହି ମାମଲାକୁ ଅଧିକ ଗୁରୁତ୍ବ ଦେଉଛି ଓ ସମସ୍ତ ଦିଗକୁ ଛାନ୍‌ଭିନ୍‌ କରି ଏନ୍‌ଜିଟିକୁ ରିପୋର୍ଟ ଦେଉଛି।

ତେବେ ଏହାର ପ୍ରଭାବରେ ବଡ଼ସାହି ତହସିଲ ଅଧୀନସ୍ଥ ଆସ୍କନ୍ଦ, ବେଲପାଳ, ପ୍ରତାପପୁର ଓ ଶାକୁଆ ବାଲିଘାଟ ନିଲାମ ପ୍ରକ୍ରିୟା ଆଗେଇ ପାରୁନି। ଏହି ୪ଟି ଘାଟର ନିଲାମ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ମେ ୧୩ ତାରିଖ ସୁଦ୍ଧା ସରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିଲାମ ପ୍ରକ୍ରିୟା ସରିଥିଲେ ଏଠାରୁ ବାଲି ଉତ୍ତୋଳନ ଆରମ୍ଭ ହୋଇଥା’ନ୍ତା‌ ଏବଂ ରାଜ୍ୟ ସରକାରଙ୍କର ମୋଟା ଅଙ୍କର ରାଜସ୍ବ ପାଇଥା’ନ୍ତେ। ତେବେ ଏହି ନିଲାମ ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନ ଅଘୋଷିତ ଭାବେ ସ୍ଥଗିତ କରିଦେଇଛି। ଏବେ ଜିଲ୍ଲା ପ୍ରଶାସନ ଦୁର୍ନୀତିଗ୍ରସ୍ତ ତହସିଲଦାରଙ୍କ ନିଲମ୍ବନ, କାରଣ ଦର୍ଶାଅ ନୋଟିସ୍‌, ପୁଲିସକୁ ତଥ୍ୟ, ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନରେ ବ୍ୟସ୍ତ ରହିଛି। ତେଣୁ ବାଲିଘାଟଗୁଡ଼ିକର ନିଲାମ ଚୂଡ଼ାନ୍ତ ହୋଇପାରୁନି। ଫଳରେ ଏହି ତହସିଲ ଅଧୀନ କୌଣସି ବାଲିଘାଟର ଏବେ ବୈଧତା ନାହିଁ ଓ ରାଜ୍ୟ ସରକାର ରାଜସ୍ବ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଥିସହ ଏହି ଅଞ୍ଚଳର ସମସ୍ତ ନିର୍ମାଣ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ନିର୍ମାଣ କାମ ପାଇଁ ମିଳୁନି ବାଲି। ଅନ୍ୟ ତହସିଲ ଅଞ୍ଚଳରୁ ବାଲି ଆଣିବାକୁ ହେଲେ ୨ ଗୁଣା ମୂଲ୍ୟ ଦେବାକୁ ପଡ଼ୁଛି। ଏହାର ଫାଇଦା ନେଇ କିଛି ବାଲି ମାଫିଆ ରାତିରେ ବାଲି ଚୋରି କରିବାରେ ଲାଗିଛନ୍ତି। ଏପଟେ ପ୍ରଥମ ପର୍ଯ୍ୟାୟ ନିଲାମରେ ଅଂଶଗ୍ରହଣ କରିଥିବା ଲୋକେ ସେମାନଙ୍କର ସିକ୍ୟୁରିଟି ଟଙ୍କା ଫେରସ୍ତକୁ ନେଇ ଚିନ୍ତାରେ ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ନିଲାମ କେବେ ହେବ କିଛି ଜଣାପଡ଼ୁନି।

ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ (ରାଜସ୍ବ)ଙ୍କୁ ଯୋଗଯୋଗ କରିବାରେ ସେ ନୂତନ ଭାବେ ଦାୟିତ୍ବ ନେଇଛନ୍ତି। ରେକର୍ଡ ଅନୁଧ୍ୟାନ ନକଲେ ଏ ନେଇ କୌଣସି ମତାମତ ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ତେବେ ବୈଧ ବାଲିଘାଟ ନଥିବାରୁ ସରକାରୀ ନିର୍ମାଣ କାର୍ଯ୍ୟ ସହିତ ଅନ୍ୟାନ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେଉଥିବାରୁ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe