ମାଲକାନଗିରି/ଭଦ୍ରକ: ସୋମବାର ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହା ସହିତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।
ଘଟଣାକୁ ୩ ଦିନ ବିତିଥିବାବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟାଳୟ ଖୋଲାଥିବା ବେଳେ ଅଧିକାରାୀମାନେ ନାହାନ୍ତି।
ଏହାକୁ ବିରୋଧ କରି ମାଲକାନଗିରିରେ ଓଏଏସ୍ ଅଧିକାରୀ ଛୁଟିରେ ଯାଇଛନ୍ତି। ଅନାସ୍ଥା ଭୋଟ ଗ୍ରହଣ ହୋଇ ପାରିଲାନି। ପଡିଆ ବ୍ଲକ ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।
ଅଧିକ ପଢ଼ନ୍ତୁ: ଦୁଇ ଜଣକୁ ଖଣ୍ଡାରେ ଆକ୍ରମଣ: ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି
ଅନାସ୍ଥା ପ୍ରସ୍ତାବ ନେଇ ବୁଧବାର ଭୋଟ ଗ୍ରହଣ ହୋଇଥାନ୍ତା। କୌଣସି ଅଧିକାରୀ ନ ଆସିବାରୁ ଜନପ୍ରତିନିଧି ହଟହଟା ହୋଇଥିଲେ। ଔପଚାରିକ ଭାବେ ନୂତନ ତାରିଖ ଘୋଷଣା ଦାବି ନେଇ ଜନପ୍ରତିନିଧି ଅଡ଼ି ବସିଥିଲେ।
ସେହିପରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖାଁ ଖାଁ ଦେଖିବାକୁ ମିଳିଛି। ସବୁ ଅଫିସରଙ୍କ ସମୂହ ଛୁଟିରେ ଯାଇଛନ୍ତି। କାର୍ଯ୍ୟାଳୟରେ ଏକୁଟିଆ ଜିଲ୍ଲାପାଳ ବସିଛନ୍ତି । ଓଏଏସ୍ ଏବଂ ଓଆର୍ଏସ ସଂଘର ଆନ୍ଦୋଳନ ଯୋଗୁ ସ୍ଥିତି ଅସମ୍ଭାଳ ରହିଛି। ବିନା ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାମ ଅଟକି ରହିଛି।
ଅଧିକ ପଢ଼ନ୍ତୁ: ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ମାମଲା: ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ
Malkangiri | Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/02/officers-on-leave-offices-are-empty-in-various-districts-2025-07-02-11-46-36.jpg)