୫ରେ ପଦ୍ମପୁରରେ ସରକାରୀ ଛୁଟି

୫ରେ ପଦ୍ମପୁରରେ ସରକାରୀ ଛୁଟି

BlogLet.Com

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୫ତାରିଖରେ ପଦ୍ମପୁର ଉପନିର୍ବାଚନର ମତଦାନ ହେବାକୁ ଥିବାବେଳେ ଉକ୍ତ ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି। ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ ଆଦି ବନ୍ଦ ରହିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେ, ଡିସେମ୍ବର ୫ରେ ଉପନିର୍ବାଚନ ହେବାକୁ ଥିବାରୁ ମତଦାନ ପାଇଁ ଯେଉଁ ସରକାରୀ, ବେସରକାରୀ କର୍ମଚାରୀ ଛୁଟି ନେବେ ତାଙ୍କୁ ସବୈତନିକ ଛୁଟି ମିଳିବ। ଏହା ଯେପରି ଠିକ୍ ଭାବେ ପାଳନ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ ଆୟୋଗଙ୍କ ସଚିବ ସଂଜୀବ କୁମାର ପ୍ରସାଦ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe