ଫେବ୍ରୁଆରି ୧୪ରୁ ନୁହେଁ, ୨୮ରୁ ବିଦ୍ୟାଳୟ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

Advertisment
ଛାତ୍ରଛାତ୍ରୀଙ୍କୁ କେବେ ମିଳିବ ପୋଷାକ? ଏପ୍ରିଲ୍‌‌ରେ ମିଳିବା କଥା; ଜୁଲାଇ ସରିବାକୁ ବସିଲାଣି, ସ୍କୁଲ ଆକାଉଣ୍ଟକୁ ଟଙ୍କା ଆସିଲାନି

The News Insight

ଭୁବନେଶ୍ବର: ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ତିନି ଦିନ ପରେ ଅର୍ଥାତ ଆସନ୍ତା ୧୪ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକକ ଖୋଲିବ। ପ୍ରାଥମିକ ବିଦ୍ୟାଳୟ ଖୋଲିଲେ ବି ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ କ୍ଲାସ କରିବାକୁ ଆସିବେ ନାହିଁ। ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ଅଫ୍‌ଲାଇନ୍‌ରେ କ୍ଲାସ କରିବା ପାଇଁ ଆହୁରି ଅଧିକ ଦୁଇ ସପ୍ତାହ ଲାଗିବ। ଅର୍ଥାତ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ହେବ। ସେତେଦିନ ଯାଏଁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କ୍ଲାସ କରିବେ।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆସନ୍ତା ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ।। କିନ୍ତୁ କରୋନା ଯୋଗୁଁ ଦୀର୍ଘ ଦିିନ ଧରି ହେବ ସ୍କୁଲ ଗୁଡ଼ିକ ବନ୍ଦ ଥିବାରୁ ଏହାକୁ ସଫାଇ କରିବା ପାଇଁ ସମୟ ଦରକାର। ସ୍କୁଲ ପରିସର ସ୍ବଚ୍ଛ ଓ ମରାମତି ପାାଇଁ ଜିଲ୍ଲାପାଳମାନେ ସମୟ ମାଗିଥିଲେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ତାରିିଖ ଠାରୁ ଶ୍ରେଣୀ ଗୃହରେ କ୍ଲାସ ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି।

ତେବେ ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୪ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଓଏସ୍‌ଇପିଏ, ଓଏଭିଏସ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ବିଏସ୍‌ଇ ସଭାପତି, ଏମ୍‌ଡିଏମ୍‌, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଶ୍ରୀ ସେଠୀ କହିଛନ୍ତି, ଆସନ୍ତା ୧୪ ତାରିଖ ଠାରୁ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବେ। ଏହି ସମୟରେ ଅନ୍‌ଲାଇନ୍‌ କ୍ଲାସ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe