ଆରମ୍ଭ ହେଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା: ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ଆରମ୍ଭ ହେଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା: ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ବ୍ରହ୍ମପୁର:ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା। କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ। ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କି ପ୍ରତିଷ୍ଠା କିଛି ପ୍ରତିବନ୍ଧକ ହୁଏନି। ସେହିଭଳି ଏକ ଉଦାହରଣ ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି।

publive-image wikidata

୩ଥର ବିଧାୟକ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଥିବା ବିଧାୟକଙ୍କ ଆଗ୍ରହ ଯୋଗୁଁ ସେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ସମ୍ପୂର୍ଣ୍ଣ କୋଭିଡ୍ କଟକଣାକୁ ମାନି ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଭଳି ବିଧାୟକ ପୂର୍ଣ୍ଣଚନ୍ଦ୍ର ପରୀକ୍ଷା ଦେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ୨୯ଟି ସେଂଟର ହୋଇଥିବାବେଳେ ୧୩ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe