୩୦ରେ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା, ପରୀକ୍ଷା ଦେବେ ୧୫,୧୧୫ ଛାତ୍ରଛାତ୍ରୀ

Advertisment
ଏଣିକି ପୁରୁଣା ପଦ୍ଧତିରେ ହେବ ମାଟ୍ରିକ୍‌ ପରୀକ୍ଷା

Sambad English

ଭୁବନେଶ୍ବର : ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ହେବ। ଯେଉଁ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ମୂଲ୍ୟାୟନରେ ଅସନ୍ତୋଷ ପ୍ରକାଶ କରି ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି ସେମାନଙ୍କ ପାଇଁ ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ସେ କହିଛନ୍ତି, ପରୀକ୍ଷାର୍ଥୀଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍ ସ୍କାନିଂ ହେବ। କୋଭିଡ୍ ନିର୍ଦ୍ଦେଶାବଳି ପାଳନ ସହ ମାଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କର କୋଭିଡ୍ ପରୀକ୍ଷଣ ହେବ। ସୂଚନା ଅନୁଯାୟୀ, ଦଶମ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ୧୫,୧୧୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe