ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷାଫଳ: ପ୍ରଥମ ଶ୍ରେଣୀରେ ୪ ଉତ୍ତୀର୍ଣ୍ଣ, ଫେଲ୍ ବଦଳରେ ୯ ଜଣ ପାସ୍

Advertisment
ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷାଫଳ: ପ୍ରଥମ ଶ୍ରେଣୀରେ ୪ ଉତ୍ତୀର୍ଣ୍ଣ, ଫେଲ୍ ବଦଳରେ ୯ ଜଣ ପାସ୍

ବୈପାରିଗୁଡ଼ା: ଚଳିତ ବର୍ଷ କରୋନା ଭାଇରସ୍‌ ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସ୍କୁଲ କଲେଜରେ ଶିକ୍ଷାଦାନ ବନ୍ଦ ରହିଥିଲା। ‌ତେଣୁ ବିକଳ୍ପ ମାଧ୍ୟମରେ ଫଳାଫଳ ଘୋଷଣା କରାଯାଇଥିଲା। ତେବେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରସ୍ତୁତ ପରୀକ୍ଷା ଫଳାଫଳରେ ବହୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗ ତରଫରୁ ଅଫ୍‌ଲାଇନ୍‌ ମାଧ୍ୟମରେ ସ୍ବତନ୍ତ୍ର ପରୀକ୍ଷାର ଆୟୋଜନ କରାଯାଇ ଥିଲା। ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ଭାବେ ଅଫ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ବୈପାରିଗୁଡାସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଯୁକ୍ତ ଦୁଇ ମହାବିଦ୍ୟାଳୟର ଚାରିଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଘୋଷଣା କରାଯାଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଅଫ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ଫଳ ଘୋଷଣା ହେବା ଫଳରେ ପୂର୍ବ ପରୀକ୍ଷା ଫଳରେ ତୃତୀୟ ଶ୍ରେଣୀ ପାଇଥିବା ବିଭୁତି ଭୁଷଣ ମହାନ୍ତି, ଧନପତି ଗୋଲରୀ, ଆଳତି କତଲି ଏବଂ ମନୋଜ ନାୟକ ବର୍ତ୍ତମାନ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପୂର୍ବ ପରୀକ୍ଷାରେ ଫେଲ୍ ହୋଇଥିବା ୯ ଜଣ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦ୍ଵିତୀୟ ଶ୍ରେଣୀରେ ଏବଂ ଆଠ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe