ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ୧୬ରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

ଟିକେଟ ପାଇଁ କ୍ରେତାଙ୍କୁ ପରିଚୟ ପତ୍ର ଦେଖାଇବାକୁ ହେବ

ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ୧୬ରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

କଟକ: ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍‌ ଖେଳାଯିବ ବୋଲି ସୋମବାର ସାମ୍ବାଦିକ ସମ୍ମିଳନୀରେ ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ସୂଚନା ମିଳିଛି। ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ଅନଲାଇନ୍‌ ଟିକେଟ୍‌ ବୁକିଂ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଉ କିଛି ଦିନ ପରେ ଦର୍ଶକ ଅଫଲାଇନରେ ଟିକେଟ୍‌ କିଣି ପାରିବେ ।

ତେବେ ଟିକେଟ୍‌ କିଣିବା ପାଇଁ କ୍ରୀଡାପ୍ରେମୀଙ୍କ ଭିଡକୁ ନଜରରେ ରଖି ଟିକେଟ୍‌ ପାଇଁ ୧୨ଟି କାଉଣ୍ଟର ଖୋଲାଯିବ ବୋଲି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ସୂଚନା ମିଳିଛି। ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବ୍‌କୁ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ ମିଳିବ। ସେହିପରି ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଏହି ଟିକେଟ ଉପଲବ୍ଧ ହେବ।

publive-image

ତେବେ ବିଶେଷ କଥାଟି ହେଉଛି ଯେଉଁ ଦର୍ଶକମାନେ ଟିକେଟ୍‌ କିଣିବେ ସେମାନଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ହେବ । ଆଉ ଜଣେ ବ୍ୟକ୍ତି କାଉଣ୍ଟରରୁ ସର୍ବାଧିକ ୨ଟି ଟିକେଟ୍‌ ନେଇପାରିବେ । ଏହା ସହ ପ୍ରତି ଗ୍ୟାଲେରୀରେ ହେଲ୍‌ପ ଡେସ୍କ ରଖିବା ନେଇ ସୂଚନା ଦେଇଛି ଓସିଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe