ଓଡ଼ିଶା ଫରେଷ୍ଟ ସର୍ଭିସ୍ ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ୬୭ଜଣ କୃତକାର୍ଯ୍ୟ, କୋରାପୁଟ ଝିଅ ଆୟୁଷି ପତି ଟପ୍ପର

Advertisment
ଓଜେଏସ୍‌ ପରୀକ୍ଷା ଫଳ ପ୍ରକାଶିତ: ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଝଅ

ଭୁବନେଶ୍ବର: ଓଡ଼ିଶା ଫରେଷ୍ଟ ସର୍ଭିସ୍ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ସେମାନଙ୍କ ନାମ ନିଯୁକ୍ତି ଲାଗି ସରକାରଙ୍କୁ ସୁପାରିସ କରିଛନ୍ତି।

ଓଏଫଏସ୍‌ ପରୀକ୍ଷାରେ କୋରାପୁଟ ଝିଅ ଆୟୁଷି ପତି ଓଡ଼ିଶା ଟପ୍ପର ହୋଇଛନ୍ତି। ସେ କୋରାପୁଟରେ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ (ହାଲ) ଟାଉନସିପରେ ପାଠପଢା ଶେଷ ପରେ ଭୁବନେଶ୍ଵର ଓୟୁଏଟିରେ ଏମ୍‌ଏସସି ଏଗ୍ରିକଲଚରରେ ଡିଗ୍ରି ହାସଲ ପରେ ପ୍ରଥମ ପ୍ରୟାସରେ ଓଏଫ୍‌ଏସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଅନେକ ସଂଘର୍ଷ ଭିତରେ ସଫଳତା ପାଇଥିବାରୁ ବେଶ୍ ଖୁସି ଅଛନ୍ତି। ତାଙ୍କ ସଫଳତା ପାଇଁ ବାପା, ମା’ ଓ ଶିକ୍ଷକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗକୁ ପରିବେଶ ସୁରକ୍ଷା ଓ ଜୈବବିବିଧତା ପାଇଁ ଅନେକ କାମ କରିବେ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ କାମ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe