ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟଣା ଥାନାରୁ ନିଲମ୍ବିତ ଆଇଆଇସି ସଧ୍ୟାରାଣୀ ଜେନାଙ୍କୁ ଆଗାମୀ ୨ ବର୍ଷ ପାଇଁ ଥାନାରେ ନିଯୁକ୍ତି ନ ଦେବାକୁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟାରାଣୀଙ୍କୁ ଆଗାମୀ ୨ ବର୍ଷ ଯାଏଁ କୌଣସି ଥାନାରେ ନିଯୁକ୍ତି ଦେବା ଉପରେ ଅଙ୍କୁଶ ଲଗାଇଛନ୍ତି ଓଏଚ୍ଆରସି । କେନ୍ଦୁଝର ଜିଲ୍ଲା ପାଟଣାରେ ଆଇଆଇସି ଥିବା ସମୟରେ ଜଣେ ଅଭିଯୁକ୍ତକୁ ଅମାନୁଷିକ ଭାବେ ଠେଙ୍ଗାରେ ମାଡ଼ମାରିବା ଓ ଗୋଇଠା ମାରିବା ସମୟର ଭିଡିଓ ଭାଇରାଲ ହେବା ପରେ ସନ୍ଧ୍ୟାରାଣୀଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ମାମଲାରେ ଓଏଚଆରସି ତାଙ୍କର ରାୟ ଦେଇ ସଂଧ୍ୟାରାଣୀଙ୍କୁ ଆହୁରି ତାଲିମ ଦିଆଯାଉ ବୋଲି କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ସନ୍ଧ୍ୟାରାଣୀ ତାଲିମ ନେବେ ଆବଶ୍ୟକ ବୋଲି ମତ ରଖିଛନ୍ତି କମିସନ୍ ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାସ।
ସୂଚନାଯୋଗ୍ୟ, ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀ ଜେନା କିଛି ମାସ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ (୨୨ ବର୍ଷ)ଙ୍କୁ ଥାନା ଭିତରେ ଠେଙ୍ଗାରେ ନିସ୍ତୁକ ବାଡେଇବା ସହ ତଳେ ପକାଇ ଗୋଇଠା ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଯୁବକଙ୍କୁ ଅନୁଚିତ ବ୍ୟବହାର ପ୍ରଦର୍ଶନ ଲାଗି ଡିଜିପି ଅଭୟ ଆଇଆଇସି ସଂଧ୍ୟାରାଣୀ ଜେନା ନିଲମ୍ବନ କରିଥିଲେ।
/sambad/media/post_attachments/wp-content/uploads/2020/11/ken-1-2.jpg)
ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ ନିମନ୍ତେ ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପାଟଣା ଥାନାକୁ ଆସିଥିଲେ। ତାଙ୍କ କହିବା ଅନୁସାରେ ଗତ ୨୫ /୩/୨୦୨୦ରେ ପାଟଣା ଥାନାରେ ଏକ ଜମିବାଡ଼ି ମାମଲା ଦାଏର ହୋଇଥିଲା। ତାଳସରୁଆ ଗ୍ରାମର ଲଷ୍ମୀଧର ମହାନ୍ତଙ୍କୁ ସେହି ଗ୍ରାମର ସମ୍ପୃକ୍ତ ଯୁବକ ଚିତ୍ତରଞ୍ଜନ ମହାନ୍ତଙ୍କ ସମେତ କଂଗ୍ରେସ ମହାନ୍ତ , ଗୁରୁଚରଣ ମହାନ୍ତ , ଚୈତନ୍ୟ ମହାନ୍ତ ପ୍ରମୁଖ ଜମି ବାଡ଼ି ମାମଲାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଲଷ୍ମୀଧରଙ୍କ ପତ୍ନୀ ଗାନ୍ଧାରୀ ମହାନ୍ତ ଥାନାରେ ଅଭିଯୋଗ କରିଥିଲେ।
Follow Us