ମାନବାଧିକାର କମିସନ୍‌ଙ୍କ କୋଟିଆ ସମୀକ୍ଷା : ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

Advertisment
ମାନବାଧିକାର କମିସନ୍‌ଙ୍କ କୋଟିଆ ସମୀକ୍ଷା : ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସମ୍ପର୍କରେ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ବିଭିନ୍ନ ମାମଲା ଦାଖଲ ହୋଇଛି। ଏହି ମାମଲାଗୁଡ଼ିକ ବାବଦରେ କୋରାପୁଟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ କମିସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ବୀର କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। କୋଟିଆ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନେ ଯେପରି ବଞ୍ଚିତ ନ ହୁଅନ୍ତି, ସେଥି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି କୋରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ କୋଟିଆ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଦିଗରେ ମଧ୍ୟ ଦୃଢ଼ ପଦକ୍ଷେପ ନେବେ ବୋଲି ସେ କହିଥିଲେ।

କୋଟିଆ ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେହି ସେବାଶ୍ରମର ଏକ ନାବାଳିକା ଛାତ୍ରୀଙ୍କୁ ଅନ୍ତସତ୍ତ୍ୱା କରିବା ମାମଲାର ସମୀକ୍ଷା କରାଯାଇଥିଲା। ଉକ୍ତ ପୀଡ଼ିତା ଛାତ୍ରୀଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୭୫ ହଜାର ଟଙ୍କା ସହ ମୋଟ୍‌ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ପୀଡ଼ିତାଙ୍କ ଅବସ୍ଥା ଭଲ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ କମିସନ୍‌ଙ୍କୁ ଅବଗତ କରାଇଥିଲେ।

ଏହି ବୈଠକରେ ଅତିରିକ୍ତ ଡିଜି(ପୁଲିସ୍‌) ସିଦ୍ଧାର୍ଥ ନରଓ୍ଵାନୀ, କୋରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, କମିସନ୍‌ର ଅତିରିକ୍ତ ଏସ୍‌ପି ଅଶୋକ କୁମାର ବିଶ୍ୱାଳ, ଯୁଗ୍ମ ସଚିବ ଜ୍ୟୋତି ଏମ୍‌ ପ୍ରଧାନଙ୍କ ସମେତ କୋରାପୁଟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe