ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Advertisment
ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

କରଙ୍ଗାମାଳ/ବୋଡ଼େନ: ପେଟପାଟଣା ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ କରଙ୍ଗାମାଳ ପଞ୍ଚାୟତ କୁଲେକେଲା ଗାଁର ଲୋକନାଥ ବାଗ(୪୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଏବେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଲୋକନାଥ ପରିବାର ସହ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇ ସେଠାକାର କରନୋଲ ଜିଲ୍ଲା ଇନିଗୁଣ୍ଡୁ ଗ୍ରାମର ଏକ ଇଟାଭାଟି ମାଲିକଙ୍କ ପାଖରେ କାମ କରୁଥିଲେ। ଗତ ସୋମବାର ଲୋକନାଥଙ୍କ ପେଟ ଦରଜ ହୋଇଥିଲା।

ମଙ୍ଗଳବାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କରନୋଲସ୍ଥିତ ସରକାରୀ ଡାକ୍ତରଖାନାରେ ଚିକତ୍ସା କରାଇଥିଲେ। ଲୋକନାଥଙ୍କୁ ଡାକ୍ତର ନିଜ ଗାଁକୁ ନେଇଯିବାକୁ ପରାମର୍ଶ ଦେଇଥିଲେ ବୋଲି ପରିବାର ଲୋକ କହିଛନ୍ତି। ବୁଧବାର ରାତି ୯ଟା ସମୟରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ଅଭିମୁଖେ ବାହାରିଥିଲେ। ରାତ୍ରି ୧୨ଟା ସମୟରେ ବାଟରେ ଆମ୍ବୁଲାନ୍ସରେ ହିଁ ଲୋକନାଥଙ୍କ ମୃତ୍ୟୁ ଘଟିଥିଲା। ସାଥୀରେ ଲୋକନାଥଙ୍କ ସ୍ତ୍ରୀ ଶାନ୍ତି ବାଗ, ପୁଅ ରିତେଶ ବାଗ (୧୦ ବର୍ଷ), ନିଜ ଗାଁର ସମ୍ପର୍କୀୟ ପହଲ୍ଲାଦ ବାଗ ଗାଁକୁ ଆସିଥିଲେ। ଗୁରୁବାର ସକାଳ ୧୦ଟା ସମୟରେ କୁଲେକେଲାରେ ପହଞ୍ଚି ଶବ ସତ୍କାର କରିଥିଲେ। ପରିବାର ମୁଖିଆଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ପୁଅ ରିତେଶ ଚିନ୍ତାରେ ପଡ଼ିଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe