ତୈଳ ଉଦ୍ୟୋଗ ଓ କର୍ମଚାରୀ ଦେଲେ ୧୦୯୨ କୋଟି

Advertisment

ଏଲ୍‌ପିିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁ ମୃତ୍ୟୁ ହେଲେ ୫ ଲକ୍ଷ ସହାୟତା

ଏଲ୍‌ପିିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁ ମୃତ୍ୟୁ ହେଲେ ୫ ଲକ୍ଷ ସହାୟତା

ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା : କରୋନା ସଂକଟ ସମୟରେ ଓଡ଼ିଶାକୁ ମିଳିଛି ୭୭ଲକ୍ଷ ଗ୍ୟାସ ସିଲିଣ୍ଡର

The Kashmir Press

ଭୁବନେଶ୍ବର : ପେଟ୍ରୋଲିୟମ୍ ଓ ପ୍ରାକୃତି ଗ୍ୟାସ୍‌ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସ୍‌ୟୁଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍‌କୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିଲା ବେଳେ ପିଏସ୍‌ୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଆଉ ୬୧ କୋଟି ଟଙ୍କା‌ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ୧୦୯୨.୨୯ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍‌ ଫଣ୍ଡ୍‌କୁ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଟ୍ବିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ବ ଯେତେବେଳେ ବଡ଼ ବିପଦର ସମ୍ମୁଖୀନ ହୁଏ, ସେତେବେଳେ ଲୋକମାନଙ୍କ ପାଇଁ ତୈଳ ଓ ଗ୍ୟାସ୍‌ ପିଏସ୍‌ୟୁଗୁଡ଼ିକ ପ୍ରତିବଦ୍ଧତା ଦେଖାଇଥା'ନ୍ତି। ଏହି ପରିବାରର ଅଂଶ ଭାବେ ମୁଁ ଗର୍ବିତ।

ଅପର ପକ୍ଷରେ ଏଲ୍‌ପିଜି ବିତରଣ ସମୟରେ କେରାନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ'ରୁମ୍ କର୍ମଚାରୀ, ଗୋଦାମ କିପର୍‌, ମେକାନିକ୍ ଓ ଡେଲିଭରି ବଏଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ବରୂପ ୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି ତୈଳ ବିପଣନ କମ୍ପାନି ଆଇଓସିଏଲ୍‌, ବିପିସିଏଲ୍‌ ଓ ଏଚ୍‌ପିସିଏଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ବାଗତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବର୍ତ୍ତମାନ ସମୟରେ ଆମର ବ୍ୟକ୍ତିବିଶେଷଙ୍କ ଦ୍ବାରା ଦିଆଯାଉଥିବା ସେବା ହିଁ ଆମର ପରିଚୟ। କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ବପୂର୍ଣ୍ଣ। ଏହି ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁତ୍‌ କରିବା ସହ ସେମାନଙ୍କୁ ଭାରତ କରୋନା ଯୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରିବ। ଲକ୍‌ ଡାଉନ୍‌ରୁ ଏଲ୍‌ପିଜି ଯୋଗାଣକୁ ଅବ୍ୟାହତି ଦିଆଯାଇଛି। ଏଲ୍‌ପିଜି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦେଶରେ ଓ ସମସ୍ତ ଉପଭୋକ୍ତାଙ୍କ ପାଖରେ ନିରନ୍ତର ଏଲ୍‌ପିଜି ଯୋଗାଣ ବଜାୟ ରଖିବା ପାଇଁ କର୍ମଚାରୀମାନେ ଏହି ସଙ୍କଟ ସମୟରେ କାର୍ଯ୍ୟରେ ଯୋଗ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe