ଭୁବନେଶ୍ୱର: ଆସନ୍ତା ବର୍ଷ ମେ’ ମାସ ୧୨ ତାରିଖରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ହେବ। ସେହିଭଳି ଜୁଲାଇ ୨୧ରେ ସ୍ପୋଶାଲ ଓଜେଇଇ ପରୀକ୍ଷା ହେବ। ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତାବର୍ଷ ଠାରୁ ପିଜି କୋର୍ସ ପାଇଁ ଅନ୍ଲାଇନ୍ରେ ପ୍ରବେଶିକା ପରୀକ୍ଷା ହେବ। ଓଜେଇଇ ଅଧ୍ୟକ୍ଷ ସୁଦୀପ୍ତ କୁମାର ଚାନ୍ଦ ରବିବାର ଏହି ସୂଚନା ଦେଇଛନ୍ତି। ପରୀକ୍ଷା ନିମନ୍ତେ ୨୦୧୯ ଜାନୁଆରି ୨୫ରୁ ଅନଲାଇନ ଜରିଆରେ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଆବେଦନକାରୀମାନେ ଏପ୍ରିଲ ୨୦ରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।
ଆସନ୍ତାବର୍ଷ ମେ’ ୧୨ ତାରିଖରେ ଓଜେଇଇ, ଜୁଲାଇ ୨୧ରେ ସ୍ପେଶାଲ ଓଜେଇଇ
Advertisment
Follow Us