ଘୁଞ୍ଚିଲା ଓଡ଼ିଶା ଜେଇଇ ପରୀକ୍ଷା

Advertisment
ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ ରାଜ୍ୟ ସରକାର ଓଡ଼ିଶା-ଜେଇଇ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତି ସମୟରେ ଏହି ପରୀକ୍ଷା ପାଇଁ ନୂଆ ତାରିଖ ପ୍ରକାଶ ପାଇବ ।
ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିଲା । ଏହି ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ରାଜ୍ୟ ବାହାରେ ଥିବା ୩ଟି ପରୀକ୍ଷା କେନ୍ଦ୍ର ହେଲା କୋଲକତା, ରାଞ୍ଚି ଓ ପାଟନା ।

କିଛିଦିନ ପୂର୍ବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସର୍ବଭାରତୀୟ ସ୍ତରରେ ଜେଇଇ(ମୁଖ୍ୟ) ପରୀକ୍ଷା ଆୟୋଜନ କରାଯାଇଥିଲା । ବିଭିନ୍ନ କୋବିଡ କଟକଣା ପାଳନ କରି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା । ଗତ ସେପ୍ଟେମ୍ବର ୧ର ଆରମ୍ଭ ହୋଇଥିବା ଏହି ପରୀକ୍ଷା ୬ ତାରିଖରେ ସମାପ୍ତ ହୋଇଥିଲା ଓ ଏହାର ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe