ଓଜେଇଇ ରେଜଲ୍‌ଟ: ଇଲେକ୍ଟ୍ରି ଇଞ୍ଜିନିୟରିଂ (ଏମ୍‌.ଟେକ୍‌)ରେ ଏମ୍‌. ଭାର୍ଗବୀ ଦ୍ବିତୀୟ

Advertisment
ଓଜେଇଇ ରେଜଲ୍‌ଟ: ଇଲେକ୍ଟ୍ରି ଇଞ୍ଜିନିୟରିଂ (ଏମ୍‌.ଟେକ୍‌)ରେ ଏମ୍‌. ଭାର୍ଗବୀ ଦ୍ବିତୀୟ

ରାଉରକେଲା : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି। ରାଜ୍ୟରେ ୪୮,୮୧୫ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୪୮,୭୮୩ ଜଣ ରାଙ୍କ ପାଇଛନ୍ତି। ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ଏମ୍‌ବିଏରେ ସତ୍ୟଜିତ ସାହୁ, ଏମ୍‌ସିଏରେ ଅପୂର୍ବ ନାୟକ, ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍‌ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏମ୍‌ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି।

ରାଉରକେଲା ବନ୍ଧମୁଣ୍ଡାର ଏମ୍‌. ଭାର୍ଗବୀ ଇଲେକ୍ଟ୍ରି ଇଞ୍ଜିନିୟରିଂ (ଏମ୍‌.ଟେକ୍‌)ରେ ରାଜ୍ୟର ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଏମ୍‌. ଭାର୍ଗବୀ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ। ୨୦୧୯ରେ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ବାଦଶ ଶ୍ରେଣୀ ପାସ୍‌ କରିବା ପରେ ସମ୍ବଲପୁର ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବି.ଟେକ୍‌ ପାସ୍‌ କରିଥିଲେ। ପିତା ସ୍ବର୍ଗତ ଏମ. ରାଜୁ ବନ୍ଧମୁଣ୍ଡା ରେଳବାଇ ଡିଜେଲ ସେଡ୍‌ର କର୍ମଚାରୀ ଥିଲେ। ଚାକିରିରୁ ଅବସର ନେବା ପରେ ୨୦୧୮ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପିତାଙ୍କ ମୃତ୍ୟୁ ପରେ ବଡ ଭଉଣୀ ଏମ୍. ଭାଗ୍ୟ ଲକ୍ଷ୍ମୀ ଓ ମା’ ଏମ୍‌. ବିମଳା ଏମ୍‌. ଭାର୍ଗବୀଙ୍କୁ ଇଞ୍ଜିନିୟର ପାଠ ପଢ଼ିବାକୁ ପ୍ରୋତ୍ସାହିତ କରୁଥିଲେ। ସଫଳତାର ଶ୍ରେୟ ସେ ତାଙ୍କର ମା’ ଓ ବଡ ଭଉଣୀଙ୍କୁ ଦେଇଛନ୍ତି। କଠିନ ପରିଶ୍ରମ ଓ ୟୁଟୁବ୍‌ରୁ ଦେଖି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି ଏମ୍‌. ଭାର୍ଗବୀ। ସଫଳତା ପାଇଁ ତାଙ୍କୁ ବନ୍ଧମୁଣ୍ଡାର ସମ୍ପର୍କୀୟ ଓ ପଡୋଶୀମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe