ଆସନ୍ତା ୨୨ ତାରିଖରେ ଓଜେଇଇ ପରୀକ୍ଷା ଦେବେ ତପ୍ତପାଣି ଘାଟିରେ ହୋଇଥିବା ଦୁର୍ଘଟଣାର ଆହତ ପରୀକ୍ଷାର୍ଥୀ

ଆସନ୍ତା ୨୨ ତାରିଖରେ ଓଜେଇଇ ପରୀକ୍ଷା ଦେବେ ତପ୍ତପାଣି ଘାଟିରେ ହୋଇଥିବା ଦୁର୍ଘଟଣାର ଆହତ ପରୀକ୍ଷାର୍ଥୀ

Hindustan Times

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଗତ ୧୫ ତାରିଖ ଦିନ ଦୁର୍ଘଟଣାର ଶିକାର ହୋଇଥିଲା ୪୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଏକ ବସ। ସ୍ଥାନୀୟ ଅଞ୍ଚଳବାସୀ ତଥା ପ୍ରଶାସନର ସହଯୋଗରେ ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ଦିଗପହଣ୍ଡି ତଥା ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଘଟଣା ପରେ ଗଜପତି ଜିଲ୍ଲା ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଜେଇଇ ଚେୟାରମ୍ୟାନଙ୍କୁ ପୁର୍ନବାର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଥିଲେ ।

PIB in Maharashtra 🇮🇳 on Twitter: Twitter

ଏବେ ଓଜେଇଇ ଚେୟାରମ୍ୟାନ, ଗଜପତି ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରେ ଓଜେଇଇ ପରୀକ୍ଷା ପୁର୍ନବାର କରିବା ନିର୍ଦ୍ଦେଶ ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପରୋକ୍ତ ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ, ସେମାନେ ଜିଲ୍ଲାର ନୋଡାଲ ଅଫିସର ତଛା ପଲିଟେକ୍ନିକ ଅଧ୍ୟକ୍ଷଙ୍କୁ(୮୭୬୩୬୮୭୮୪୮) ଯୋଗାଯୋଗ କରି ନିର୍ଦ୍ଧାରିତ ତାରିଖରେ ଓଜେଇଇ ପରୀକ୍ଷା ଦିଅନ୍ତୁ । ମୁଁ ସମସ୍ତଙ୍କର ଉଜ୍ଜଳମୟ ଭବିଷ୍ୟତ କାମନା କରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe