ଆସୁଛି ବର୍ଷା, ବଢିପାରେ ଓଲା-ଉବେର ଭଡା !

ସନ୍ଧ୍ୟା ସୁଦ୍ଧା ୪ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା;  ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

Zee News

ଭୁବନେଶ୍ୱର: କେରଳକୁ ଛୁଇଁଛି ମୌସୁମୀ | ଖୁବଶୀଘ୍ର ଏହା ଓଡିଶାକୁ ଛୁଇଁବ | ଯେଉଁଥିପାଇଁ ପ୍ରବଳ ବର୍ଷା ହୋଇପାରେ | ଯଦି ଆପଣ ଓଲା-ଉବେର ଭଳି ସେବାର ବ୍ୟବହାର କରୁଥାନ୍ତି | ତେବେ ଆପଣଙ୍କୁ କିଛି ଅଧିକ ଟଙ୍କା ଦେବାକୁ ପଡିପାରେ | କାରଣ ମୁମ୍ବାଇରେ ଏବେ ବର୍ଷା ହେଉଥିବାବେଳେ ଏଭଳି କିଛି ପରିସ୍ଥିତିର ସମ୍ମୁଖୀନ କରୁଛନ୍ତି ମୁମ୍ବାଇବାସୀ |

କିଛି ଓଲା-ଉବେର ବ୍ୟବହାରକାରୀ ଖୋଲାଖୋଲି ମନଇଚ୍ଛା ଦରବୃଦ୍ଧିର ଅଭିଯୋଗ ଆଣିଛନ୍ତି | ସାଧାରଣ ଦରଠାରୁ ଦୁଇଗୁଣ ଅଧିକ ଅର୍ଥ ନେଉଥିବାର ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି | ମୁମ୍ବାଇର ଅଂଧେରୀ,ବୋରୀଭଲି, କାନ୍ଦିଭଲି,ମାଲାଡ଼ରେ ପୂର୍ବରୁ ଯେତିକି ଦର ଓଲା-ଉବେର ପକ୍ଷରୁ ନିଆଯାଉଥିଲା | ତାହାଠାରୁ ଦୁଇଗୁଣ ଅଧିକ ଅର୍ଥ ଦେବାକୁ ପଡୁଛି |

ତେବେ ମୂଳ କଥା ହେଉଛି ବର୍ଷା ଯୋଗୁଁ ଅନ୍ୟ ଦିନ ଅପେକ୍ଷା କାର ଡ୍ରାଇଭରମାନେ କମ ସଂଖ୍ୟାରେ ରାଜି ହେଉଛନ୍ତି | ଯାହାଫଳରେ କାର ସଂଖ୍ୟା କମିଯାଉଛି | କିନ୍ତୁ ଲୋକ ବର୍ଷା ଯୋଗୁଁ ବାଇକରେ ଓଦା ନ ହେବା ପାଇଁ ଏହି ସେବା ଉପରେ ନିର୍ଭର କରୁଛନ୍ତି | ଯାହାଫଳରେ ମୂଲ୍ୟ ବଢ଼ାଇଦେଉଛନ୍ତି ଏହି ଦୁଇ କମ୍ପାନୀ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe