ମାର୍ଚ୍ଚ ସୁଦ୍ଧା ବଦଳିବ ସବୁ ପୁରୁଣା ୧୦୮ ଆମ୍ବୁଲାନ୍‌ସ

Advertisment

୧୦୮କୁ କଲ୍ କଲେ ମିଳିବ ୧୦୨ ଆମ୍ବୁଲାନ୍‌ସ ସେବା, ୧୧୨ ନମ୍ବରରେ ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍‌ସ ସେବା ପାଇଁ ଯୋଜନା

୧୦୮କୁ କଲ୍ କଲେ ମିଳିବ ୧୦୨ ଆମ୍ବୁଲାନ୍‌ସ ସେବା, ୧୧୨ ନମ୍ବରରେ ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍‌ସ ସେବା ପାଇଁ ଯୋଜନା

ମାର୍ଚ୍ଚ ସୁଦ୍ଧା ବଦଳିବ ସବୁ ପୁରୁଣା ୧୦୮ ଆମ୍ବୁଲାନ୍‌ସ

sambadenglish.com

ଭୁବନେଶ୍ବର : ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଚାଲୁଥିବା ସମସ୍ତ ପୁରୁଣା ୧୦୮ ଆମ୍ବୁଲାନ୍‌ସ ବଦଳିବ। ଏଥିପାଇଁ ନୂତନ ଆମ୍ବୁଲାନ୍‌ସ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ରାଜ୍ୟରେ ଚାଲୁଥିବା ସମସ୍ତ ୧୦୮ ଆମ୍ବୁଲାନ୍‌ସ ନୂଆ ରୂପ ପାଇପାରିବ। ଅପରପକ୍ଷରେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସକୁ ଗୋଟିଏ ନମ୍ବରରେ ଯୋଡ଼ା ଯାଇଛି। ଯାହାଫଳରେ ଗୋଟିଏ ନମ୍ବରକୁ କଲ୍‌ କରି ଲୋକମାନେ ଦୁଇଟି ଆମ୍ବୁଲାନ୍‌ସ ସେବା ପାଇପାରିବେ।

ରାଜ୍ୟରେ ଏବେ ୫୧୨ଟି ୧୦୮ ଆମ୍ବୁଲାନ୍‌ସ ଚଳାଚଳ କରୁଛି। ତହିଁରୁ ୪୨୦ଟି ପୁରୁଣା ହୋଇଥିବା ବେଳେ ୯୨ଟି ନୂତନ ଆମ୍ବୁଲାନ୍‌ସ ରହିଛି। ତେବେ ସମସ୍ତ ପୁରୁଣା ଆମ୍ବୁଲାନ୍‌ସ ବଦଳରେ ନୂତନ ଆମ୍ବୁଲାନ୍‌ସ ଚଳାଇବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏହାଭିତରେ ୪୮ଟି ୧୦୮ ଆମ୍ବୁଲାନ୍‌ସ ବଦଳା ଯାଇଛି। ଚଳିତମାସ ଶେଷସୁଦ୍ଧା ପ୍ରାୟ ୮୦ରୁ ୧୦୦ ନୂଆ ଆମ୍ବୁଲାନ୍‌ସ ଏଥିରେ ସାମିଲ ହେବ। ଆସନ୍ତା ଜାନୁଆରିରେ ୧୦୦ରୁ ୨୦୦ ଓ ଫେବ୍ରୁଆରିରେ ବଳକା ପୁରୁଣା ଆମ୍ବୁଲାନ୍‌ସ ବଦଳରେ ନୂଆ ଆମ୍ବୁଲାନସ୍‌ ଚାଲିବ। ରାଜ୍ୟରେ ‌ଏବେ ୫୨୦ଟି ୧୦୨ ଆମ୍ବୁଲାନ୍‌ସ କାର୍ଯ୍ୟ କରୁଛି। ମାତ୍ର ଏହି ଆମ୍ବୁଲାନ୍‌ସରେ ଏବେ କୌଣସି ପ୍ରକାର ପରିବର୍ତନ ପାଇଁ ଯୋଜନା ନ ଥିବା ଜଣାପଡ଼ିଛି।

ଅପରପକ୍ଷରେ ପୂର୍ବରୁ ୧୦୮ ଓ ୧୦୨ ଆମ୍ବୁଲାନ୍‌ସର ସ୍ବତନ୍ତ୍ର କଲ୍‌ ସେଣ୍ଟର ରହିଥିବା ବେଳେ ଏବେ ଦୁଇଟି କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ରରୁ ଆମ୍ବୁଲାନ୍‌ସ ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି। ଫଳରେ ୧୦୮ ନମ୍ବରକୁ ଯୋଗାଯୋଗ କଲେ ଲୋକମାନେ ଉଭୟ ଆମ୍ବୁଲାନ୍‌ସ ସେବା ପାଇପାରିବେ। ଏହାସତ୍ବେ ମଧ୍ୟ ୧୦୨ କଲ୍ ସେଣ୍ଟର ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ। ଏହି ନମ୍ବରକୁ କଲ୍‌ କଲେ ରୋଗୀମାନେ ପୂର୍ବଭଳି ଆମ୍ବୁଲାନ୍‌ସ ସେବା ପାଇପାରିବେ।

ଅପରପକ୍ଷରେ ଆଗାମୀ ଦିନରେ କେନ୍ଦ୍ର ସରକାର ୧୧୨ ନମ୍ବରରେ ଆମ୍ବୁଲାନ୍‌ସକୁ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ‌ଏହି ନମ୍ବରରେ ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍‌ସ ଭଳି ସେବା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି। ତେବେ ଏହା କାର୍ଯ୍ୟକ୍ଷମ ହେବା ପରେ ହିଁ ରାଜ୍ୟବାସୀ ଏହାର ସୁବିଧା ପାଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ, ରାଜ୍ୟରେ ୨୦୧୩ ମସିହାରେ ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିବା ବେଳେ ୨୦୧୪ ମସିହାରେ ସ୍ତ୍ରୀ ଓ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe