ପରିଣତ ବୟସରେ ଧୋକା ଦେଲା ପୁଅ : ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

Advertisment
ପରିଣତ ବୟସରେ ଧୋକା ଦେଲା ପୁଅ : ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଗଡ଼ିଶାଗୋଦା : ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତର ଅଞ୍ଜିରା ଗ୍ରାମରେ ବାପା, ମା’ଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଏକମାତ୍ର ପୁତ୍ର ଚାଲି ଯାଇଛି। ଫଳରେ ବୃଦ୍ଧ ଦମ୍ପତି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ବେଣୁଧର ପ୍ରଧାନ (୭୨) ଓ ତାଙ୍କ ପତ୍ନୀ କୁମୁଦିନୀ ପ୍ରଧାନ(୬୯) ନିଃସନ୍ତାନ ଥିବାରୁ ନିଜ ଶଳାର ପୁଅକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ। ଲାଳନ ପାଳନ ସହିତ ପାଠ ପଢ଼ାଇ ମଣିଷ କରିଥିଲେ। ବାପା,ମା’ଙ୍କର ସ୍ନେହଶ୍ରଦ୍ଧା ଓ ନିଷ୍ଠାରେ ପୁଅ ଅର୍ଜୁନ ପ୍ରଧାନ ଚାକିରି ମଧ୍ୟ କରିଥିଲେ। ଏମିତିକି ବେଣୁଧର ନିଜ ନାମରେ ଥିବା ଦୁଇ ମାଣ ଜମି ଅର୍ଜୁନଙ୍କ ନାମରେ କବଲା କରିଥିବା କହିଛନ୍ତି। ତେବେ ପୁଅର ବିବାହ ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ବୋହୂ ସହିତ ମିଶି ପୁଅ ବାପା, ମା’ଙ୍କୁ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଇଥିଲା ବୋଲି ବେଣୁଧର ଅଭିଯୋଗ କରିଛନ୍ତି।

publive-image

ପୁଅ ଓ ବୋହୂ ଅନ୍ୟତ୍ର ଗୃହ ନିର୍ମାଣ କରି ରହୁଥିବା ବେଳେ ବାପା, ମା’ ସମାଜରେ ଅଲୋଡ଼ା ମଣିଷ ପାଲଟି ଯାଇଛନ୍ତି। ଭତ୍ତା ଓ ରାସନ୍‌ ସାମଗ୍ରୀ ମିଳୁଥିଲେ ମଧ୍ୟ ରୋଷଇ କରି ଖାଇବା ପାଇଁ ସମ୍ବଳ ନାହିଁ। ସେହିପରି ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ମଧ୍ୟ ନାହିଁ। ଏ ସଂପର୍କରେ ଗ୍ରାମ୍ୟ କମିଟ ସଭାପତି ଇନ୍ଦ୍ରମଣି ଶ୍ରୀଚନ୍ଦନ, ଚକ୍ରଧର ସାମନ୍ତରାୟ, ରାମଚନ୍ଦ୍ର ବରାଳ, ଶରତ ଚନ୍ଦ୍ର ବଳିୟାରସିଂହ, ପ୍ରଫୁଲ୍ଲ ବରାଳ କହିଛନ୍ତି, ଘଟଣା ସଂପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଜଣାଇଥିଲୁ। ତେବେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷରେ କଣାସ ତହସିଲଦାର ଉମାକାନ୍ତ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ତଦନ୍ତ କରି ଜିଲ୍ଲାପାଳଙ୍କ ନିକଟକୁ ରିପୋର୍ଟ ପଠାଇ ଦିଆଯାଇଛି। ପ୍ରଶାସନ ପକ୍ଷରୁ ବେଣୁଧରଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe