ଛାତରୁ ଖସି ୨ ମୃତ : ନିଦରେ ଗଳିପଡ଼ିଲେ ବୃଦ୍ଧା, ମୋବାଇଲରେ ଗପି ଛାତ୍ର ପଡ଼ିଲେ

Advertisment
ଛାତରୁ ଖସି ୨ ମୃତ : ନିଦରେ ଗଳିପଡ଼ିଲେ ବୃଦ୍ଧା, ମୋବାଇଲରେ ଗପି ଛାତ୍ର ପଡ଼ିଲେ

YouTube

ବରଗଡ଼ : ବରଗଡ଼ ଜିଲ୍ଲାରେ ପୃଥକ୍‌ ପୃଥକ୍ ଘଟଣାରେ ଛାତ ଉପରୁ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ବୃଦ୍ଧା ନିଦରେ ଛାତ ଉପରୁ ଖସି ପଡ଼ିଲେ। ଅନ୍ୟ ଏକ ଘଟଣାରେ ଜଣେ ନାବାଳକ ଛାତ୍ର ମୋବାଇଲ୍‌ରେ ଗପୁଥିବା ବେଳେ ଅନ୍ୟମନସ୍କ ଭାବେ ଛାତରୁ ଗଳି ପଡ଼ିଲେ। ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ଗତ ରାତିରେ ରେଂଗା କୁମ୍ଭାରଙ୍କ ସ୍ତ୍ରୀ ଯଶୋଦା ଛାତ ଉପରେ ଶୋଇଥିଲେ। ତେବେ ନିଦରେ ସେ ଉପରୁ ଗଳି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦ୍ବିତୀୟ ଘଟଣା ଘଟିଛି ବରଗଡ଼ ଭିଏସ୍‌ଏସ୍‌ ନଗର ଠାରେ। ଶୁକ୍ରବାର ରାତିରେ ଶେଖର ଦାଶ ରାତି ପାଖାପାଖି ୯.୧୫ରେ ନିଜ ସାଂଗଙ୍କ ସହ ମୋବାଇଲରେ ଦୁଇ ମହଲା ଛାତ ଉପରେ ଗପୁଥିଲେ। ଛାତରେ କୌଣସି ବାଡ଼ ନଥିଲା। ଅସାବଧାନତା ଯୋଗୁଁ ସେ ଉପରୁ ଖସି ପଡ଼ିଥିଲେ। ପ୍ରଥମେ ତାଙ୍କୁ ବିକାଶ ହସ୍ପିଟାଲ ଏବଂ ପରେ ଭୁବନେଶ୍ବରସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତି ସାଢ଼େ ୮ଟା ବେଳେ ତାଙ୍କ ମୃତ୍ୟୁ ଘଟିଛି। ଶେଖର ଜଣେ ମେଧାବୀ ଛାତ୍ର ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe