୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ

Advertisment
୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ

ରାଉରକେଲା: ଜଣେ ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବୃଦ୍ଧକୁ ଉଦିତନଗର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି ସ୍ଥାନୀୟ ମାଲଗୋଦାମର ଦେବାନନ୍ଦ ପାଠକ (୬୦)। ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଗତ ମାସ ୧୯ ତାରିଖର ଘଟଣା। ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ସେଠାରେ ବୁଲୁଥିଲେ। ତାଙ୍କୁ ଚକୋଲେଟ୍‌ ଦେବା ବାହାନାରେ ଅଭିଯୁକ୍ତ ଘରକୁ ଡାକି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକା ପରିବାରବର୍ଗଙ୍କୁ କହିବାପରେ ଥାନାରେ ଏତଲା ହୋଇଥିଲା। ଅପରପକ୍ଷରେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପୁଲିସ ଛାନିଭିନ ଜାରି ରଖିଥିଲେ ମଧ୍ୟ କୌଣସି ସୂଚନା ପାଇପାରିନଥିଲା। ତେବେ ଶେଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe