ପ୍ରାଣ ବିକଳରେ ଦୌଡୁଥିଲେ ବୃଦ୍ଧ; ବିଚ୍‌ ରାସ୍ତାରେ ଗୋଇଠା ଓ ବିଧା ମାରିଲେ ସଂପର୍କୀୟ, ଭିଡିଓ ଭାଇରାଲ

Advertisment
ପ୍ରାଣ ବିକଳରେ ଦୌଡୁଥିଲେ ବୃଦ୍ଧ; ବିଚ୍‌ ରାସ୍ତାରେ ଗୋଇଠା ଓ ବିଧା ମାରିଲେ ସଂପର୍କୀୟ, ଭିଡିଓ ଭାଇରାଲ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ବଡ଼ଭାଇ ଓ ତାଙ୍କ ପରିବାର ସଦସ୍ୟ ନିଜ ସାନଭାଇଙ୍କୁ ବିଚ ରାସ୍ତାରେ ଉଲଗ୍ନ କରି ଗୋଇଠା ଓ ବିଧା ମାରିଛନ୍ତି। ଭାଇ ଭାଇ ଭିତରେ ଲାଗି ରହିଥିବା ଜମି ବିବାଦକୁ କେନ୍ଦ୍ର କରି ରବିବାର ଘଟିଥିବା ଏହି ଅମାନୁଷିକ ଦଳବଦ୍ଧ ଆକ୍ରମଣ ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବୁଦ୍ଧିଜୀବୀ ମହଲରେ ଏହି ଅପ୍ରୀତିକର ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ପୁଲିସ ଉକ୍ତ ଘଟଣାରେ ୨ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି।

publive-image

ସୂଚନା ଅନୁସାରେ, ବନମାଳୀପୁର ପ୍ରଧାନପାଟଣା ଗ୍ରାମର ଲୋକନାଥ ବେହେରା ଏବଂ ତାଙ୍କ ସାନଭାଇ ଶ୍ରୀଦାସ ଆଚାର୍ଯ୍ୟଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଲୋକନାଥଙ୍କ ପୁଅ ଶ୍ରୀଦାସଙ୍କ ବନମାଳୀପୁର ବଜାରସ୍ଥିତ ୟୁକୋ ବ୍ୟାଙ୍କ ସାମ୍ନାରେ ଥିବା ଘରେ ଦୀର୍ଘ ବର୍ଷ ହେବ ଦୋକାନ କରିଥିଲେ। ଶ୍ରୀଦାସ ଦୋକାନ ଛାଡିବାକୁ ବାରମ୍ବାର କହୁଥିଲେ। ହେଲେ ବଡ଼ଭାଇଙ୍କ ପୁଅ ଜୋର ଜବରସ୍ତ ଦୋକାନ ଘର ନିଜ ଅକ୍ତିଆରରେ ରଖିଥିଲେ। ଆଜି କକା ଶ୍ରୀଦାସ ଦୋକାନ ଘରେ ତାଲା ପକାଇବା ପରେ ବଡ଼ ଭାଇ ଲୋକନାଥ ପତ୍ନୀ ପ୍ରମିଳା ଏବଂ ପୁଅ ରାମଚନ୍ଦ୍ର, ରମେଶ, କୈଳାଶ ଏବଂ ସୋମନାଥ ସେଠାକୁ ଆସି ଶ୍ରୀଦାସଙ୍କୁ ସଙ୍ଘବଦ୍ଧ ହୋଇ ଅତର୍କିତ ଆକ୍ରମଣ କରିଥିଲେ। ବୃଦ୍ଧଙ୍କୁ ଉଲଗ୍ନ କରି ସର୍ବସାଧାରଣ ରାସ୍ତାରେ ଗୋଇଠା, ବିଧା ଓ ମୁଥ ମାରି ଚାଲିଥିଲେ। ଅଭିଯୋଗ ପରେ ପୁଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟମାନେ ଫେରାର ଥିବା ଜଣାପଡ଼ିଛି। ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏଭଳି ଆକ୍ରମଣ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe