ପାଣି ପାଇଁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

Advertisment
ରାଜଧାନୀରେ ନିଶା ନେଲା ଜୀବନ, ରଡ୍‌ରେ ପିଟିପିଟି ସହଯୋଗୀକୁ ହତ୍ୟା

DNA India

ଅନୁଗୁଳ : ପାଣି ପାଇଁ ହତ୍ୟା! ୬୫ବର୍ଷୀୟ ବୃଦ୍ଧଙ୍କୁ ପିଟିପିଟି ମାରିଦେଇଛନ୍ତି ମା’, ପୁଅ ଓ ଝିଅ। ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ଘଟିଥିବା ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ହତ୍ୟାର ଶିକାର ହୋଇଥିବା ବୃଦ୍ଧଙ୍କ ନାଁ ଯୁଧିଷ୍ଠିର ପ୍ରଧାନ(୬୫)। ପୁଲିସର କହିବା ମୁତାବକ, ଆଜି ସକାଳେ ଗାଁରେ ଯାଇଥିବା ପାଣି ପାଇପ୍‌କୁ ନେଇ ଯୁଧିଷ୍ଠିର ଆପତ୍ତି କରିଥିଲେ। ପାଇପ୍‌ର ଉପର ମୁଣ୍ଡରେ ପାଣି ଟ୍ୟାପ୍‌ ଖୋଲି ଦିଆଯାଉଥିବାରୁ ତଳ ମୁଣ୍ଡରେ ପାଣି ଆସୁନାହିଁ। ତେଣୁ, ଉପର ମୁଣ୍ଡରେ କାହିଁକି ପାଣିର ଅପବ୍ୟବହାର କରାଯାଉଛି ବୋଲି ପଚାରିଥିଲେ। କିନ୍ତୁ, ଏହି ସାଧାରଣ କଥା ଯେ ଯୁଧିଷ୍ଠିରଙ୍କ ଜୀବନ ନେଇଯିବ ତାହା ସେ କେବେ ଭାବି ନଥିଲେ। ଯୁଧିଷ୍ଠିରଙ୍କ ଏ ପ୍ରତିବାଦରେ ତାଙ୍କ ପଡ଼ୋଶୀ ପରିବାର ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ଗାଁର ଦ୍ରୌପଦୀ ପ୍ରଧାନ(୬୦), ତାଙ୍କ ଝିଅ ଉପମୀ ପ୍ରଧାନ(୩୫) ଓ ପୁଅ ଜିତେନ୍ଦ୍ର ପ୍ରଧାନ(୨୬) ମିଳିମିଶି ଆକ୍ରମଣ କରିଥିଲେ। ବାଡ଼ିରେ ବାଡ଼ିଆ ପିଟା କରିଥିଲେ। ଘଟଣାରେ ଯୁଧିଷ୍ଠିର ଅଚେତ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏନେଇ ମୃତକଙ୍କ ପୁଅ କ୍ଷୀରୋଦ ପ୍ରଧାନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଏତଲା କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମା, ଝିଅ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe