ରାସନ୍ ଚାଉଳ ନେବାକୁ ଆସି ପଞ୍ଚାୟତ ଅଫିସ୍‌ରେ ଟଳିପଡ଼ିଲେ ବୃଦ୍ଧା

Advertisment
ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ଜଗନ୍ନାଥପ୍ରସାଦ : ରାସନ୍ ଚାଉଳ ନେବାକୁ ପଞ୍ଚାୟତ ଅଫିସ୍‌କୁ ଆସି ହୃଦ୍‌ଘାତରେ ଟଳିପଡ଼ିଲେ ବୃଦ୍ଧା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଫିସ୍‌ରେ ଶନିବାର ଦିନ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଚିକିଲି ଗ୍ରାମର ଅକାରଣ ପ୍ରଧାନ (୭୦)

ଶନିବାର ମଧ୍ୟାହ୍ନ ୧୨ଟାରେ ପ୍ରବଳ ଖରାରେ ରାସନ୍ ଚାଉଳ ନେବାକୁ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସକାଳ ୬ରୁ ୧୧ ପର୍ଯ୍ୟନ୍ତ ଚାଉଳ ବାଣ୍ଟିବା ଲାଗି ସମୟ ସ୍ଥିର ହୋଇଥିବାରୁ କାଉଣ୍ଟର୍ ବନ୍ଦ ହୋଇଯାଇଥିଲା। ପୁଣି ଅପରାହ୍‌ଣ ୪ଟ‌ାରେ ଚାଉଳ ଦିଆଯିବ ବୋଲି କୁହାଯାଇଥିଲା। ଫଳରେ ଅକାରଣ ୪ କିଲୋମିଟର ଦୂର ଚିକିଲି ଗ୍ରାମକୁ ଆଉ ନଯାଇ ପଞ୍ଚାୟତ ଅଫିସ୍ ପିଣ୍ଡାରେ ଅପେକ୍ଷା କରିଥିଲେ। ହଠାତ୍ ଅପରାହ୍‌ଣ ଗୋଟାଏ ବେଳେ ସେ ଟଳିପଡ଼ିବାରୁ ସେଠାରେ ଉପସ୍ଥିତ ସରପଞ୍ଚଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଜିଆରଏସ୍ ବସନ୍ତ କୁମାର ଦାସ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ଅକାରଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe