ଭତ୍ତା ଆଣିବାକୁ ଘୋଷାଡ଼ି ଘୋଷାଡ଼ି ହୋ‌ଇ ଏନ୍‌ଏଚ୍‌ ପାର ହେଲେ ବୃଦ୍ଧ

Advertisment
ଭତ୍ତା ଆଣିବାକୁ ଘୋଷାଡ଼ି ଘୋଷାଡ଼ି ହୋ‌ଇ ଏନ୍‌ଏଚ୍‌ ପାର ହେଲେ ବୃଦ୍ଧ

ଅତାବିରା : ଅତାବିରା ଏନ୍ଏସିର ୱାର୍ଡ ନଂ-୧୧ ରୁଗଡ଼ିପଡ଼ା ନିବାସୀ ସୁରୁ ସୁନା ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ ପାର ହୋଇ ବିପଦପୂର୍ଣ୍ଣ ଭାବେ ଘୋଷାଡ଼ି ଘୋଷାଡ଼ି ଯିବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ରାମଚଣ୍ଡି ମନ୍ଦିର ନିକଟସ୍ଥ ଏନ୍‌ଏସିର କାର୍ଯ୍ୟାଳୟକୁ ବୃଦ୍ଧ ଜଣକ ଶନିବାର ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇଥିଲେ। ତାଙ୍କ ଘର ମନ୍ଦିର ସାମ୍ନା‌ ରୁଗଡ଼ିପଡ଼ାର। ତେବେ ଏନ୍ଏଚ୍‌ରେ ଦ୍ରୁତଗତିରେ ବହୁ ଯାନ ଯାଉଥିବା ବେଳେ ଘୋଷାଡ଼ି ଘୋଷାଡ଼ି ଜାତୀୟ ରାଜପଥ ପାର ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ। ଯୋଗାଯୋଗ ସମ୍ଭବ ନ ହେବାରୁ ଜଣେ ପଦସ୍ଥ କର୍ମଚାରୀଙ୍କୁ ପଚାରିବାରୁ ଶଯ୍ୟାଶାୟୀଙ୍କ ପାଇଁ ଏନ୍ଏସି କର୍ମଚାରୀ ଘରକୁ ଯାଇ ଭତ୍ତା ଦେବାର ବ୍ୟବସ୍ଥା ଅଛି। ଏନ୍ଏସିର ୧୦/୧୨ ଜଣ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ଦିଆଯାଉଛି। କାଳେ ଭତ୍ତା ନ ମିଳିବ ଏହି ଆଶଙ୍କାରେ ଚାଲିଆସୁଥିବା ଜଣାଇଛନ୍ତି। ଚଳିତଥର ଆଧାର ଲିଙ୍କ ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବାରୁ ସେ ଚାଲିଆସିଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe