କାଳବୈଶାଖୀ: ବୃଦ୍ଧାଙ୍କ ଉପରେ ପଡ଼ିଲା ଗଛ, ଘଟଣାସ୍ଥଳରେ ମୃତ୍ୟୁ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ତେଲକୋଇ: କାଳବୈଶାଖୀରେ ବୃଦ୍ଧାଙ୍କ ଉପରେ ପଡିଲା ଗଛ। ଘଟଣାସ୍ଥଳରେ ବୃଦ୍ଧା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମାର୍ଦା ଗ୍ରାମରେ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧାଙ୍କ ଉପରେ ଏକ ବିରାଟକାୟ ଶାଳଗଛ ଉପୁଡି ପଡି ପଡିବାରୁ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗ୍ରାମର ସ୍ବର୍ଗତ ବୁଦ୍ଧଦେବ ବେହେରାଙ୍କ ସ୍ତ୍ରୀ ରସବତୀ ବେହେରା ବୋଲି ଜଣାପଡିଛି। ମୃତକ ଜଣକ ଦିନବେଳେ ଅନ୍ୟ ଏକ ସାହିରେ ଥିବା ଜଣେ ବନ୍ଧୁଘରକୁ ଭୋଜି ଖାଇବାକୁ ଯାଇ ଘରକୁ ଫେରୁଥିଲେ, ତେବେ ହଠାତ କାଳବୈଶାଖୀ ଯୋଗୁଁ ମାର୍ଦା ଦୋଳ ମଣ୍ଡପ ନିକଟରେ ଶାଳଗଛଟି ଉପୁଡି ପଡି ରାସ୍ତାରେ ଯାଉଥିବା ବୃଦ୍ଧାଙ୍କ ଉପରେ ପଡିଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe