ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା   

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଜମନକିରା: ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ବଡ଼ରମା ରେଞ୍ଜ ଅଫିସ୍‌ଠାରୁ ୨ କିମି ଦୂରତା ଗନ୍ତାବ ଗାଁର ଶ୍ରୀଧର ବାଘ (୮୫)ଙ୍କୁ ରବିବାର ସନ୍ଧ୍ୟା ୬ଟାରେ ଏକ ବଣୁଆ ଦନ୍ତା ହାତୀ ଦଳି ମାରି ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଶ୍ରୀଧର ତାଙ୍କ ଜମି ବରଡୁଲି କୁଆଁଢୁଡ଼ା ପଟକୁ ଯାଇଥିଲେ। ହେଲେ ବଣୁଆ ଦନ୍ତା ହାତୀ ଅତର୍କିତ ଆକ୍ରମଣ କରିଥିଲା। ଦନ୍ତା ହାତୀ ବୃଦ୍ଧଙ୍କୁ ଧରି ମୁଣ୍ଡ ଓ ଗୋଡ଼କୁ ଦଳି ପକାଇ ଜମିରେ ଫୋପାଡ଼ି ଦେଇଥିଲା। ଗାଁ ଲୋକଙ୍କ ଠାରୁ ଖବର ପାଇ ରେଞ୍ଜ ଅଫିସର ସୁବାସ ନାୟକ, ଫରେଷ୍ଟର ରଞ୍ଜନ ଜିତ ଏବଂ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ହାତୀ ଘଉଡ଼ି ଥିଲେ। ବଡରମା ସରପଂଚ ବିଜୟ ନାଏକ ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ମୃତକଙ୍କ ପୁଅ ଗିରିଧାରୀ ବାଘ ଚିନିମହୁଲ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି। ଘରେ ପତ୍ନୀ ସମେତ ନାତିନାତୁଣୀ ରହିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ, ଦିନକୁ ଦିନ ବଣୁଆ ହାତୀ ଉପଦ୍ରବ ବୃଦ୍ଧି ପାଉଛି। ବଣୁଆ ହାତୀ ଘଉଡ଼ିବାକୁ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରି ଜଗି ରହୁଛନ୍ତି। ଗାଁ ଲୋକଙ୍କୁ ଜୋର୍‌ରେ ପାଟି କରି ଡାକ ପକାଇଲେ ଗାଁ ଲୋକେ ରୁଣ୍ଡ ହୋଇ ପାଟିତୁଣ୍ଡ କରି ନିଆଁ ହୁଳା ଦେଖାଇ ହାତୀ ଘଉଡିବାକୁ ପଡୁଛି। ରବିବାର ସନ୍ଧ୍ୟାରେ ବଡ଼ରମା ନୂଆଁପଡ଼ା ଓ ଗନ୍ତାବ୍ ଗାଁର ଦୁଇ ବ୍ୟକ୍ତିଙ୍କ ଘରକୁ ଦନ୍ତା ହାତୀ ଭାଙ୍ଗି ନଷ୍ଟ କରିଥିବା ବେଳେ ଖରମୁଣ୍ଡା ଗାଁରେ ଧାନ ଫସଲ ଖାଇ ଯାଇଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe