sisat
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡା ପଞ୍ଚାୟତ ବଡସିସଲଇ ଗ୍ରାମର ଘନଶ୍ୟାମ ନାୟକ (୫୦) ଶନିବାର ବିଷ ପିଇ ଦେଇଥିଲେ। ପରିବାର ଲୋକ ଜାଣିବା ପରେ ତୁରନ୍ତ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ରବିବାର ସକାଳୁ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
Follow Us