iStock
କବାଟବନ୍ଧ: ବ୍ରାହ୍ମଣୀ ନଦୀର କବାଟବନ୍ଧ କାଚାରାସାହି ନିକଟରେ ଆଜି ଗାଧେଇବା ବେଳେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ କବାଟବନ୍ଧ କୁଣ୍ତସାହିର ଅର୍ଜୁନ ପଲ୍ଲେଇ (୬୦)। ଆଜି ଅପରାହ୍ଣ ୨ଟା ବେଳେ ସେ ବ୍ରାହ୍ମଣୀ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଗଣ୍ତରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଚଢ଼େଇଧରାସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ।
ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଅର୍ଜୁନଙ୍କୁ ଉଦ୍ଧାର କରିବା ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଏନେଇ ଜେନାପୁର ଥାନା କେସ୍ ନମ୍ବର ୧୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Follow Us