ବୃଦ୍ଧଙ୍କୁ କଚାଡ଼ି ଜୀବନ ନେଲା ଦନ୍ତା, ହାତୀ ଆକ୍ରମଣରେ ୩ ମାସରେ ୪ ମୃତ

Advertisment
ବୃଦ୍ଧଙ୍କୁ କଚାଡ଼ି ଜୀବନ ନେଲା ଦନ୍ତା, ହାତୀ ଆକ୍ରମଣରେ ୩ ମାସରେ ୪ ମୃତ

ବନ୍ତଳା/ଅନୁଗୁଳ: ହାତୀ ଆକ୍ରମଣରେ ଆଉ ଜଣେ ଲୋକଙ୍କ ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଖିଣ୍ଡା ପଞ୍ଚାୟତ ମହିଧରପଡ଼ା ଗାଁର ଗଣେଶ୍ବର ବେହେରା(୭୮) ଦନ୍ତା ଆକ୍ରମଣରେ ଆଜି ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ୩ ମାସରେ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

publive-image

ବନ୍ତଳା ଅଞ୍ଚଳରେ ପାଖାପାଖି ୬ ମାସ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଜନବସତି ଛାଡ଼ି ହାତୀ ଜଙ୍ଗଲକୁ ଯାଉନାହାନ୍ତି। ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଲୋକଙ୍କ ଜୀବନ ବି ନେଉଛନ୍ତି। ମହିଧରପଡ଼ା ଗାଁରେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇବା ସହ ଗଣେଶ୍ୱର ବେହେରାଙ୍କୁ ଆକ୍ରମଣ କରିଥିଲା। ସେ ଘର ପାଖ ତେନ୍ତୁଳି ଗଛ ପାଖକୁ ଯାଇଥିଲାବେଳେ ଏହି ଏହି ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ପିଟି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦନ୍ତା ଆକ୍ରମଣରେ ଜ‌ଣଙ୍କର ମୃତ୍ୟୁ ହେବା ପରେ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଥିଲା। ଏପଟେ ନରହନ୍ତା ଦନ୍ତା ଗାଁ ଛାଡ଼ି ଯାଇ ନ ଥିଲା। ବରଂ, ମହିଧରପଡ଼ା ଓ ମରଣ୍ଡା ଗାଁରେ ବୁଲିଥିଲା। ଏ ସାହିରୁ ସେ ସାହିକୁ ଯିବା ସହ ମୁଖ୍ୟ ରାସ୍ତାରେ ବୁଲାବୁଲି କରିଥିଲା। ଏହା ଦେଖି ଲୋକମାନେ ଡରି ଯାଇଥିଲେ। ରାସ୍ତ‌ାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲାବେଳେ ଲୋକମାନେ ଘରୁ ବାହାରି ନଥିଲେ। ପାଖାପାଖି ୩ ଘଣ୍ଟା ଧରି ହାତୀ ଗାଁରେ ବୁଲିବା ପରେ ବନବିଭାଗ ତାକୁ ତଡ଼ିବାକୁ ଉଦ୍ୟମ କରିଥିଲେ। ପରେ ହାତୀଟି ଖିଣ୍ଡା ନେଇ ମାଗୁରାଖାଲ ଜଙ୍ଗଲକୁ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe