ପେନସନ୍ ଆଣିବାକୁ ଯାଇଥିଲେ, ଟଳିପଡ଼ିଲେ ବୃଦ୍ଧ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସି ରାଣୀପଡ଼ା ବାସିନ୍ଦା ଉଦୟନାଥ ବେହେରା (୭୪) ଆଜି ପେନସନ୍ ଉଠାଇବାକୁ ପୋଲସରା ଉପଡାକଘରକୁ ଯାଇଥିଲେ। ହେଲେ ହୃଦ୍‌ଘାତର ଶିକାର ହୋଇଥିଲା ଏବଂ ଏଥିରେ ପ୍ରାଣ ହରାଇଛନ୍ତି। ଡାକ ଅଫିସ୍ ଭିତରେ ହୃଦ୍‌ଘାତ ଯୋଗୁଁ ତାଙ୍କୁ ସଂଗେ ସଂଗେ ପୋଲସରା ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ଉଦୟନାଥ ପୋଲସରା ଡାକଘରେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ମିଳିବା ପରେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବି ଦାୟିତ୍ବ ନିର୍ବାହ କରିଥିଲେ। ଅବସର ପରେ ଗ୍ରାମରେ ରହୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe