କାର୍‌ ଧକ୍କାରେ ବୃଦ୍ଧ ମୃତ

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଦେବଗଡ଼: ପୌରାଞ୍ଚଳର ଶାସନ ସାହିରେ ଥିବା ଡିଭାଇନ ପବ୍ଲିକ ସ୍କୁଲ ସମ୍ମୁଖରେ ରବିବାର ସକାଳେ କାର୍‌ ଧକ୍କାରେ ଦେବଗଡ଼ ଥାନା ସୁନାପଶି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଘନଶ୍ୟାମ ସାହୁ (୬୭)ଙ୍କ ମୃତ୍ୟୁ ଘଟିଛି।
ସୁନାପଶି ଗ୍ରାମର ଘନଶ୍ୟାମ ରବିବାର ସକାଳେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ। ଏଠାରୁ ଫେରୁଥିବା ବେଳେ ଶାସନସାହି ନିକଟରେ ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ଘନଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ଗାଡ଼ି ଚାଳକ ଥାନାରେ ଆତ୍ମସମର୍ପଣ କରିଥିଲେ। ଦୁର୍ଘଟଣା ଘଟାଇଥିବା ମହିଳା କାର୍‌ ଚାଳକ ଜଣକ ଦେବଗଡ଼ ସହରର ବିୟୁଟି ପାର୍ଲର ଓ ଫର୍ନିଚର ବ୍ୟବସାୟୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe