ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା : ବିଷ ପିଇ ପ୍ରାଣ ହାରିଲେ ବୃଦ୍ଧ, ପତ୍ନୀ ଗୁରୁତର

Advertisment
ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା : ବିଷ ପିଇ ପ୍ରାଣ ହାରିଲେ ବୃଦ୍ଧ, ପତ୍ନୀ ଗୁରୁତର

haribhoomi.com

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଏକ ଅଭାବନୀୟ ତଥା ବେଦନାଦାୟକ ଘଟଣା ଘଟିଛି। ମାତ୍ର କିଛିଦିନର ବ୍ୟବଧାନରେ ଏହି ଅଞ୍ଚଳରେ ପାରିବାରିକ ନିର୍ଯାତନାର ଶିକାର ହୋଇ ଆଉ ଏକ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ବୃଦ୍ଧା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କୁଜଙ୍ଗ ଥାନା ମଙ୍ଗରାଜପୁର ପ˚ଚାୟତ ଅନ୍ତର୍ଗତ ହସିଣା ଗ୍ରାମର କାଳନ୍ଦୀ ମହାନ୍ତି (୭୫ବର୍ଷ) ଓ ପତ୍ନୀ ଶେତ ମହାନ୍ତି (୬୫ବର୍ଷ)ଙ୍କର ଦୁଇ ପୁଅ ପ୍ରଫୁଲ୍ଲ ଓ ପ୍ରଭାତ ଅଛନ୍ତି। ୬ ବର୍ଷ ପୂର୍ବେ ସାନପୁଅ ପ୍ରଭାତ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ବଡ଼ ପୁଅବୋହୂଙ୍କ ସହିତ ବିଭିନ୍ନ ପାରିବାରିକ ସମସ୍ୟାକୁ ନେଇ ସେମାନଙ୍କର କଳିଝଗଡ଼ା ଲାଗି ରହୁଥିଲା। ଥାନାରେ ମଧ୍ୟ ଏନେଇ ଏକାଧିକବାର ଅଭିଯୋଗ ହେବା ସହିତ ଭଦ୍ରଲୋକଙ୍କ ମଧୢସ୍ଥତାରେ ତାହାର ସମାଧାନ ହୋଇଥି‌ଲା। ଗତକାଲି ଘରେ ରୋଷେଇବାସ କରି ସମସ୍ତେ ଖାଇବାପରେ ଶୋଇବାକୁ ଯାଇଥିଲେ। କିନ୍ତୁ ବୃଦ୍ଧ ଦମ୍ପତି କୀଟନାଶକ ଖାଇ ଶୋଇଯାଇଥିଲେ। ଘରେ କେହି ବି ଏହାର ଟେର୍‌ ପାଇ ନଥିଲେ। ସକାଳୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କୁଜଙ୍ଗ ଓ ପରେ ଜଗତସି˚ହପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ କାଳନ୍ଦୀଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧା ଶେତ ମହାନ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଆଜି ସନ୍ଧ୍ୟାରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ କାଳନ୍ଦୀଙ୍କର ଅନ୍ତିମ ସ˚ସ୍କାର କରାଯାଇଛି।

ଏହା ପ୍ରଥମ ଘଟଣା ନୁହେଁ। ପାରିବାରିକ କନ୍ଦଳ କାରଣରୁ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଛି ଏବଂ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ବୃଦ୍ଧ ବାପାମା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe