କାର୍‌ ଧକ୍କାରେ ବୃଦ୍ଧ ମୃତ

Advertisment
ରୋଗ ନେଇ ପାରିଲାନି ଦୁର୍ଘଟଣା ନେଇଗଲା ଜୀବନ, ସ୍କୁଟି କାର୍ ଦୁର୍ଘଟଣାରେ ମହିଳା ମୃତ

image-news first

ତିହିଡ଼ି: ରବିବାର ଦିନ ଭଦ୍ରକ ଜିଲ୍ଲା କାନପୁର ଠାରେ କାର୍‌ ଧକ୍କା ଦେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଉଛନ୍ତି ୭୫ ବର୍ଷିୟ ଗଙ୍ଗାଧର ବାରିକ।

ପୀର ହାଟ ବଜାରରେ ଛେନା ଦେଇ ଗଙ୍ଗାଧର ତାଙ୍କ ଘର କାନପୁରକୁ ଫେରୁଥିଲେ। ସେହି ସମୟରେ ଭଦ୍ରକ ଆଡୁ ଆସୁଥିବା ଗୋଟାଏ ଇଣ୍ଡିକା କାର୍‌ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କରାଯାଇ ଥାନାକୁ ଅଣାଯାଇଛି, କିନ୍ତୁ ଚାଳକ ଫେରାର ହୋଇ ଯାଇଛି।

ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଦୁର୍ଘଟଣାର କାରଣ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe