ପାୱାର କେନାଲରେ ଖସି ବୃଦ୍ଧ ମୃତ

Advertisment
ପାୱାର କେନାଲରେ ଖସି ବୃଦ୍ଧ ମୃତ

YouTube

ଧନକଉଡ଼ା : ଗତ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଗର ଅନ୍ତର୍ଗତ ପୋତାପାଲି ଗ୍ରାମର ଦେବେନ୍ଦ୍ର ଭୋଇ (୬୮) କେନାଲ୍‌କୁ ଶୌଚ ପାଇଁ ଯାଇଥିବା ବେଳେ ପୋତାପାଲି ଗାଧୁଆ ଘାଟରେ ଖସି ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାମତେ, ଦେବେନ୍ଦ୍ର ସବୁଦିନ ପରି ସୋମବାର ଛେଳି ଚରାଇବାକୁ କେନାଲ ନିକଟ ରାସ୍ତାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ଗୁରୁବାର ସକାଳେ ପରଦେଶୀ ପଡ଼ାର ମାଛ ଧରାଳିମାନେ ଡଙ୍ଗାରେ ଯାଉଥିବା ସମୟରେ କେନାଲରେ ଏକ ମୃତଦେହ ଭାସୁଥିବା ଦେଖିବା ପରେ ସଂପୃକ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଶବ ଚିହ୍ନଟ କରି ବୁର୍ଲା ପୁଲିସ୍‌କୁ ଖବର ଦେଇଥିଲେ। ବୁର୍ଲା ଥାନା ଅଧିକାରୀ ଅମର ହୋତାଙ୍କ ସହ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ବୁର୍ଲା ଅଗ୍ନିଶମ ବିଭାଗ ମୁଖ୍ୟ ମହେଶ୍ୱର ଲାକ୍ରାର ତତ୍ଵାବଧାନରେ ବିଭାଗୀୟ କର୍ମଚାରୀ ବୋଟ୍‌ ସାହାଯ୍ୟରେ ଶବକୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ଗୁଣନିଧି ବାଗ, ସୃଜୟ ଓରାମ, ରମାକାନ୍ତ ନାଏକ, ପ୍ରଦୀପ ଭେଁସ୍ ଓ ସୌମ୍ୟରଂଜନ ଭୁଏ ପ୍ରମୁଖ ସାମିଲ ଥିଲେ। ବୁର୍ଲା ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe