ବାରଣ୍ଡାରେ ନିଆଁ ଲଗାଇ ଶୋଇଥିବା ବେଳେ ବୃଦ୍ଧ ଜୀବନ୍ତ ଦଗ୍ଧ

Advertisment
ବାରଣ୍ଡାରେ ନିଆଁ ଲଗାଇ ଶୋଇଥିବା ବେଳେ ବୃଦ୍ଧ ଜୀବନ୍ତ ଦଗ୍ଧ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବୁଟିସର୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୁଟିସର୍ଗି ଗ୍ରାମର ଜଣେ ବୃଦ୍ଧ ନିଜ ଘର ବାରଣ୍ଡାରେ ନିଆଁ ଲଗାଇ ଶୋଇଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ବୁଟିସର୍ଗି ଗ୍ରାମର ଭିକାରୀ ମାଳୀ (୬୦) ଗତକାଲି ରାତ୍ର ଖାଇ ସାରିବା ପରେ ଅଧିକ ଥଣ୍ଡା ଯୋଗୁଁ ଘର ବାରଣ୍ଡାରେ ନିଆଁ ଲଗାଇ ଶୋଇଥିଲେ। ତେବେ କୌଣସି ପ୍ରକାରେ ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପରିବାର ଲୋକ ନିଜ ଜମିର ଫସଲ ଜଗିବା ପାଇଁ ରାତିରେ ଯାଇଥିବା ବେଳେ ସକାଳୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଶେଷରେ ଝରିଗାଁ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe