new indian express
ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଗା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବାଇକରୁ ଖସିପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ସୁଦର୍ଶନ ବାରିକ ବୋଲି ଜଣାଯାଇଛି। ଏଣେ ବାଇକ୍ ଚାଳକ ଯୁବକ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସେଦୁହେଁ ସଂପର୍କରେ ଜେଜେ ଓ ନାତି। ଦୁହେଁ କୌଣସି କାମରେ ନିଜ ଗାଁରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
Follow Us