ରାସ୍ତା ନିର୍ମାଣରେ ଅନିୟମିତତାକୁ ବିରୋଧ: ଠିକାଦାରଙ୍କ ଧମକରେ ବୃଦ୍ଧଙ୍କ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଯାଜପୁର/ବାଲିକୁଦା : ରାସ୍ତା ନିର୍ମାଣରେ ଅନିୟମିତାକୁ ବିରୋଧ କରୁଥିବା ଦୁଃଶାସନ ଜେନା(୬୬)ଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେବା ସହିତ ଉତ୍ତେଜନା ପ୍ରକାଶ ପାଇଛି।

ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଲିକୁଦା ଗ୍ରାମରେ ରାସ୍ତା ନିର୍ମାଣକୁ ଗ୍ରାମବାସୀ ଓ ଠିକାଦାରଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ପୁଲିସର ପଚରାଉଚରା ବେଳେ   ଦୁଃଶାସନ ଅଚେତ ହୋଇପଡ଼ିଥିଲେ।  ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ମୃତଦେହ ଗାଁରେ ପହଞ୍ଚିନଥିଲା। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଂ.୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି। ମୃତ ଦୁଃଶାସନଙ୍କ ପୁଅ ପ୍ରଶାନ୍ତ ଜେନା ଅଭିଯୋଗ କରିଛନ୍ତି ଗ୍ରାମରେ ରାସ୍ତା ନିର୍ମାଣରେ ଲୋକମାନେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ଦୁଃଶାସନ ତାହାର ପ୍ରତିବାଦ କରିଥିଲେ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜନକ ଠାରୁ ନିଆଳି ପର୍ଯ୍ୟନ୍ତ ୬ କୋଟି ଟଙ୍କାରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ରାସ୍ତାକାର୍ଯ୍ୟରେ ମାଟି ପକାଇବା ବେଳେ ବଡ଼ବାଲିକୁଦା ଗ୍ରାମର କେତେକ ଚାଳଘର କ୍ଷତିଗ୍ରସ୍ତ ହେଉଛି। ପ୍ରଥମେ ଗାର୍ଡ଼ ଓ୍ବାଲ୍‌ ନିର୍ମାଣ କରି ପରେ ମାଟି ପକାଇବାକୁ ଦୁଃଶାସନ ଓ ଗ୍ରାମବାସୀ ଦାବି କରୁଥିଲେ। ଆଗ ମାଟି ପକାଇ ପରେ ଓ୍ବାଲ୍‌ ନିର୍ମାଣ କରିବାକୁ ଠିକାଦାର ଜିଦି ଧରି କାମ କରୁଛନ୍ତି। ଯାହାକୁ ନେଇ ଦୁଃଶାସନଙ୍କ ସମେତ ଗ୍ରାମବାସୀଙ୍କୁ ଠିକାଦାରଙ୍କ ଲୋକମାନେ ଧମକ ଚମକା ଦେଇଥିଲେ। ଠିକାଦାର ବାଲିଚନ୍ଦ୍ରପୁର ପୁଲିସଙ୍କୁ ବ୍ୟବାହାର କରି କାମ କରିବାକୁ ଉଦ୍ୟମ କରିଥିଲେ। ଆଜି ଘଟଣାସ୍ଥଳରେ ପୁଲିସ ପହଞ୍ଚି  ଗ୍ରାମବାସୀ ଓ ଦୁଃଶାସନଙ୍କୁ ପଚରାଉଚରା କରିଥିଲେ। ଠିକାଦାର ଓ ପୁଲିସର ଚାପରେ ମାନସିକ ଭାରସାମ୍ୟ ହରାଇଥିବା ଦୁଃଶାସନଙ୍କର ଦୃଦ୍‌ଘାତରେ ମୃତ୍ୟୁ ହେଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe