ବଳଦ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଥାନାରେ ମାମଲା ରୁଜୁ

Advertisment
ବାପାର କାଠଫାଳ ମାଡ଼ରେ ପୁଅର ମୃତ୍ୟୁ

Catch News

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମରେ ବୁଧବାର ସକାଳେ ବଳଦ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ବେପରୁଆ ଦାଇତ୍ୱ ଯୋଗୁଁ ଜଣେ ମୃତ୍ୟୁବରଣ କରିବା ଅଭିଯୋଗରେ ବଳଦ ମାଲିକଙ୍କ ନାଁରେ ହରଭଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଛତ୍ରଙ୍ଗ ଗ୍ରାମର ବାରିକ ବେହେରା(୬୫) ଘର ସାମ୍ନା ରାସ୍ତାରେ ଯାଉଥିବା ବେଳେ ସେଇବାଟ ଦେଇ ଯୁଆଳିରେ ବନ୍ଧା ହୋଇଥିବା ଏକ ବଳଦ ହଳକୁ ନେଇ ଗ୍ରାମର ପଣ୍ଡିତ ସିଂ(୪୫) ବିଲକୁ ଯାଉଥିଲେ। ମାତ୍ର ହଠାତ ବଳଦ ମାନେ ଚମକି ଡିଆଁ ମାରିବାରୁ ଧକ୍କା ବାଜି ପାଖରେ ଥିବା ବୃଦ୍ଧ ଜଣଙ୍କ ସେଠାରେ ପଡ଼ିଯିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ମୃତ ବୃଦ୍ଧଙ୍କ ପୁଅ ଚୈତନ୍ୟ ବେହେରାଙ୍କ ପକ୍ଷରୁ ଦିଆଯାଇଥିବା ଏତେଲାକୁ ଭିତ୍ତିକରି ହରଭଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ପଟେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe