ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ 

Advertisment
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ 

India Today

ଝାରବନ୍ଧ: ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ଚଣ୍ଡୀଭଟାଠାରେ ଜଣେ ବ୍ୟକ୍ତି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ପାଇକମାଳ ଥାନା ଅନ୍ତର୍ଗତ ବଇଦପାଲି ଗଁାର ପାଳେଶରାମ ଛତର(୬୧)।

ପ୍ରାପ୍ତଖବର ଅନୁସାରେ ପାଳେଶରାମ ନିଜ ଝିଅଘର ଚଣ୍ଡିଭଟାକୁ ଆସିଥିଲେ। ରବିବାର ପ୍ରାୟ ୧୧ଟା ସମୟରେ ନିଜ ଝିଅଘର ଚାଷକୁ ଦେଖିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ଜମି ଉପରୁ ଗାଁକୁ ଯାଇଥିବା ଏଲ୍‌ଟି ତାର ପୂର୍ବରୁ ଛିଣ୍ଡି ତଳେ ପଡିଥିଲା। ଏହାକୁ ସେ ଦେଖି ନପାରି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଜଗଦଲପୁର ଥାନାଧିକାରୀ ସୁଷମା କୁଅଁର ଘଟଣାସ୍ଥଳକୁ ଆସି ଶବ ଜବତ କରି ବ୍ୟବିଚ୍ଛେଦ ପାଇଁ ପଦ୍ମପୁରକୁ ପଠାଇଛନ୍ତି। ମୃତକଙ୍କ ଗୋଟିଏ ଦିବ୍ୟାଙ୍ଗ ପୁଅ ଓ ବୋହୂ ଅଛନ୍ତି। ସେ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ପରିବାରରେ ଜଣେ ମାତ୍ର ରୋଜଗାରକ୍ଷମ ଥିଲେ। ଏବେ ତାଙ୍କ ପରିବାର ବେସାହାରା ହୋଇଯାଇଛି। ତାଙ୍କ ପରିବାରକୁ ଆର୍ଥିକ ସହଯୋଗ ଯୋଗାଇ ଦେବା ପାଇଁ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe