ଚଢ଼ିଗଲା ହାଇୱା, ଚାଲିଗଲା ବୃଦ୍ଧଙ୍କ ଜୀବନ: କ୍ଷତିପୂରଣ ଦାବିରେ ଉତ୍ତେଜନା

Advertisment
ଚଢ଼ିଗଲା ହାଇୱା, ଚାଲିଗଲା ବୃଦ୍ଧଙ୍କ ଜୀବନ: କ୍ଷତିପୂରଣ ଦାବିରେ ଉତ୍ତେଜନା

ଦେଓଗାଁ: ଜାତୀୟ ରାଜପଥ ୨୬ ବରଗଡ଼ -ବୋରିଗୁମା ରାସ୍ତା ବଲାଙ୍ଗୀର ଜିଲ୍ଲାର ଦେଓଗାଁ କଲେଜ ଛକଠାରେ ଏକ ହାଇୱା  ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବାରୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ଗାଇବାହାଲ ପଞ୍ଚାୟତ ସାଗରପାଲି ଗାଁର ଜଣେ ବୃଦ୍ଧ କୌଣସି କାମରେ ଦେଓଗାଁ କୁ ଆସୁଥିଲେ ହେଲେ କଲେଜ ଛକ ଠାରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡ଼ିର ଧକ୍କାରେ ଚକ ତଳେ ପଡ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ଖବର ପାଇବା ପରେ ଗାଡ଼ିକୁ ଅଟକ ରଖି କ୍ଷତିପୂରଣ ଦାବି କରୁଛନ୍ତି। ଏବେ ବି ପରିସ୍ଥିତି କୁ ପୁଲିସ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe