ନୀଳଗିରି: ଭୋଟ ଦେବାକୁ ଆସି ବୁଥ୍ ଭିତରେ ଟଳି ପଡ଼ିଲେ ବୃଦ୍ଧ। ତତକ୍ଷଣାତ୍ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା। ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତାଙ୍କର ବୟସ ୬୭ ବର୍ଷ ବୋଲି ସୂଚନା ରହିଛି।
ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱରରେ ୭.୭୭ ପ୍ରତିଶତ ମତଦାନ ହୋଇଥିବାବେଳେ, ଭଦ୍ରକରେ ୭.୭୯ ପ୍ରତିଶତ ମତଦାନ ହୋଇଛି।
Follow Us