କରଞ୍ଜିଆ: ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

Advertisment
ହାତୀ ଆକ୍ରମଣରେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ

Elephant Nature Park

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ଦୁଧିଆଣି ରେଞ୍ଜ ଦରି ଗାଁରେ ହାତୀ ଆକ୍ରମଣରେ ଗୌତମ ନାୟକ ନାମକ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ତାଙ୍କର ବୟସ ୫୫ ବର୍ଷ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟାରେ ଚାଷୀ ଗୌତମ ନାୟକ କଣ୍ଟାଖଇରି ନଦୀ ନିକଟରେ ଥିବା ଫାର୍ମକୁ ଯାଇଥିଲେ। ସେଠାରେ ଏକ ବଣୁଆ ହାତୀ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଗୌତମଙ୍କୁ ତଳୁ ଉଠାଇ କଚାଡ଼ି ଦେଇଥିଲା। ତାଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଗୌତମ ନାୟକଙ୍କୁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଏହାପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ସକାଳେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe