ଟ୍ରେନ୍‌ ଧକ୍କାରେ ବୃଦ୍ଧ ମୃତ

Advertisment
ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ସମ୍ବଲପୁର : ବରଗଡ଼ ଜିଲ୍ଲା ବରପାଲି ନିକଟରେ ଟ୍ରେନ୍‌ ଧକ୍କାରେ ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବରପାଲି କଲେଜ୍‌ ଛକର ଗିରିନ୍ଦର ରାୟ(୬୮)। ବୁଧବାର ଦିନ ସାଢ଼େ ୧୦ଟା ସମୟରେ ଯଶବନ୍ତପୁର-ହଟିଆ ଟ୍ରେନ୍‌ ଯିବା ପାଇଁ ଗେଟ୍‌ ନଂ-୬୦ ପଡ଼ିଥିଲା। ଗିରନ୍ଦର ଫାଟକ ତଳ ଦେଇ ରେଳ ଧାରଣା ପାର କରୁଥିବା ବେଳେ ଉକ୍ତ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ପାଇ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe